ଶ୍ରୀଲଙ୍କା ଠାରୁ ପରାଜିତ ହେବା ପରେ ରାଗରେ ଲାଲ ହେଲେ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ରମିଜ ରାଜା । ପାକିସ୍ତାନର ପରାଜୟକୁ ନେଇ ପଚାରୁ ପଚାରୁ ଚିହିକି ଉଠିଲେ ।
ଏସିଆ କପରେ ବାଜି ମାରିନେଲା ଶ୍ରୀଲଙ୍କା । ଫାଇନାଲ ମ୍ୟାଚରେ ପାକିସ୍ତାନକୁ ୨୩ ରନରେ ହରାଇ ଚାମ୍ପିଅନ ହୋଇଛି ଶ୍ରୀଲଙ୍କା । ଏହା ସହିତ ଶ୍ରୀଲଙ୍କା ଷଷ୍ଠ ଥର ପାଇଁ ଏସିଆ କପ୍ ଟ୍ରଫି ହାତେଇବାରେ ସଫଳ ହୋଇଛି । ପାକିସ୍ତାନ ବିରୋଧରେ ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୬ଟି ୱିକେଟ୍ରେ ୧୭୦ ରନ୍ ସଂଗ୍ରହ କରିଥିଲା । ଏହାର ପ୍ରତି ଜବାବରେ ପାକିସ୍ତାନ ଟିମ୍ ୨୦ ଓଭରରେ ସମସ୍ତ ୱିକେଟ୍ ହରାଇ ମାତ୍ର ୧୪୭ ରନ୍ କରିଥିଲା । ଫାଇନାଲ ମ୍ୟାଚରେ ଶ୍ରୀଲଙ୍କାର ଜବରଦସ୍ତ ବୋଲିଂ ଦେଖିବାକୁ ମିଳିଥିଲା । ଶ୍ରୀଲଙ୍କା ଓ ପାକିସ୍ତାନର କ୍ରିକେଟ୍ ଟିମ୍ ଏସିଆ କପ୍ର ଇତିହାସରେ ଚତୁର୍ଥ ଥର ପାଇଁ ଫାଇନାଲ୍ ମୁକାବିଲାରେ ମୁହାଁମୁହିଁ ହୋଇଥିଲେ । ଏହା ପୂର୍ବରୁ ଏହି ୨ ଟିମ୍ ଭିତରେ ୩ ଥର ଖେଳା ଯାଇଥିବା ଫାଇନାଲ୍ ମ୍ୟାଚ୍ ରେ ଶ୍ରୀଲଙ୍କା ୨ ଥର ଓ ପାକିସ୍ତାନ ଥରେ ଜିତିଥିଲା ।
ଆଉ ଶ୍ରୀଲଙ୍କାର ଏହି ବିଜୟ ପରେ ରକ୍ତ ଚାଉଳ ଚୋବାଉଛି ପାକିସ୍ତାନ । ମ୍ୟାଚ ପରେ ଭାରତୀୟ ସାମ୍ବାଦିକମାନେ ପାକିସ୍ତାନର ପରାଜୟରେ ସେ ଦୁଃଖି କି ବୋଲି ପ୍ରଶ୍ନ କରିଥିଲେ । ପାକିସ୍ତାନର ଜନସାଧାରଣଙ୍କୁ କିଛି କହିବାକୁ ଚାହୁଁଛନ୍ତି କି ବୋଲି ପଚାରିଥିଲେ । ଏତିକିରେ ଅତ୍ୟନ୍ତ ରାଗି ଯାଇ ସାମ୍ବାଦିକଙ୍କୁ ଗାଳି ଗୁଲଜ କରିଥିଲେ ରମିଜ ରାଜା । ଏପରିକି ଭିଡିଓ ସୁଟିଂ କରୁଥିବା ଫୋନକୁ ମଧ୍ୟ ଛଡାଇନେଇଥିଲେ ।
ଅନ୍ୟପଟେ ଆଫଗାନିସ୍ତାନରେ ଦେଖିବାକୁ ମିଳିଛି ଭିନ୍ନ ଦୃଶ୍ୟ । ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶ୍ରୀଲଙ୍କାର ବିଜୟ ଓ ପାକିସ୍ତାନର ହାରୁ ଠୁ ନେଇ ଲୋକେ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି । ଲୋକେ ବାଣ ଫୁଟାଇ, ତାଳି ମାରି, ନାଚି ଗାଇ ଉତ୍ସବ ମନାଉଥିବା ଦେଖିବାକୁ ମିଳିଛି ।
ଶ୍ରୀଲଙ୍କା ଠାରୁ ପରାଜିତ ହେବା ପରେ ରାଗରେ ଲାଲ ହେଲେ ପାକିସ୍ତାନ କ୍ରିକେଟ ବୋର୍ଡର ମୁଖ୍ୟ ରମିଜ ରାଜା । ପାକିସ୍ତାନର ପରାଜୟକୁ ନେଇ ପଚାରୁ ପଚାରୁ ଚିହିକି ଉଠିଲେ ।
ବିଦେଶ ଖବର ଆହୁରି ପଢନ୍ତୁ ।