ଏହି ରିପୋର୍ଟରେ ଦାବି କରାଯାଇଛି ଯେ ପାକିସ୍ତାନକୁ ଆତଙ୍କବାଦୀ ଫଣ୍ଡିଂ ଓ ମନି ଲଣ୍ଡ୍ରିଂ ଭଳି ମାମଲା ଉପରେ ରୋକ ଲଗାଇବାକୁ କୁହା ଯାଇଥିଲା । ପାକିସ୍ତାନ ଏପରି କରୁଥିବା ନେଇ ଦାବି ମଧ୍ୟ କରୁଛି । ହେଲେ ବାସ୍ତବିକତା ପାକିସ୍ତାନର ଦାବି ଠାରୁ ସମ୍ପୂ୍ର୍ଣ ଭିନ୍ନ । ଏହି ଦୁଇଟି ମାମଲାରେ ପାକିସ୍ତାନକୁ 11ଟି ଟାର୍ଗେଟ ଦିଆଯାଇଥିଲା । ଏହି 11ଟି ଟାର୍ଗେଟ ମଧ୍ୟରୁ 10ଟିରେ ପାକିସ୍ତାନ ଅତ୍ୟନ୍ତ ଖରାପ ପ୍ରଦର୍ଶନ କରିଥିବା ରିପୋର୍ଟରେ ଦର୍ଶାଯାଇଛି ।
ପାକିସ୍ତାନୀ ଗଣମାଧ୍ୟମରେ ପ୍ରକାଶିତ ରିପୋର୍ଟରେ କୁହାଯାଇଛି ଯେ ଫାଇନାନ୍ସିଆଲ ଆକ୍ସନ ଟାସ୍କ ଫୋର୍ସ ବା ଏଫଏଟିଏଫର ସିଡନୀ ସ୍ଥିତ ଆଂଚଳିକ ସହଯୋଗୀ ଏପିଜି ନିଜ ଅଂଚଳର ଦେଶ ମାନଙ୍କର ରେଟିଂ ଉପରେ କିଛି ଦିନ ତଳେ ଏକ ଅପଡେଟ ଜାରୀ କରିଛି । ଏହି ରିପୋର୍ଟରେ କୁହାଯାଉଛି ଯେ ଆତଙ୍କବାଦୀ ଫଣ୍ଡିଂ ଓ ମନି ଲଣ୍ଡ୍ରିଂକୁ ରୋକିବା ପାଇଁ ପାକିସ୍ତାନକୁ 11ଟି ଟାର୍ଗେଟ ଦିଆଯାଇଥିଲା । ଏହି 11ଟି ଟାର୍ଗେଟ ମଧ୍ୟରୁ 10 ଟି ଟାର୍ଗେଟକୁ ପୂରା କରିବାରେ ପାକିସ୍ତାନ ସମ୍ପୂର୍ଣ ବିଫଳ ହୋଇଛି ।
ଏହି ରିପୋର୍ଟରେ କୁହାଯାଇଛି ଯେ ଏଫଏଟିଏଫ ଓ ଏପିଜିର ଏକ 15 ସଦସ୍ୟୀୟ ପ୍ରତିନିଧି ଦଳ ପାକିସ୍ତାନ ଏହି ମାମଲା ଗୁଡିକରେ କଣ ପଦକ୍ଷେପ ନେଉଛି ତାକୁ ଜାଣିବା ପାଇଁ 29 ଅଗଷ୍ଟରୁ ସେପ୍ଟେମ୍ବର 2 ତାରିଖ ଯାଏ ପାକିସ୍ତାନର ଗସ୍ତ କରିଥିଲା । ଏହି ସମୟରେ ପାକିସ୍ତାନ କିଭଳି ଭାବେ ଆତଙ୍କବାଦ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଛି ତାକୁ ଦେଖିବାକୁ ସେମାନେ ଚାହିଁଥିଲେ ।
ପାକିସ୍ତାନ ବର୍ତମାନ ଏଫଏଟିଏଫର ଗ୍ରେ ଲିଷ୍ଟରେ ରହିଛି । ଚଳିତ ଥର ବୈଠକରେ ପାକିସ୍ତାନ ଗ୍ରେ ଲିଷ୍ଟରୁ ବାହାରକୁ ଯିବା ପାଇଁ ପ୍ରବଳ ପ୍ରୟାସ କରୁଛି । ଆତଙ୍କବାଦୀ ମାନଙ୍କୁ ସହଯୋଗ କରିବା କାରଣରୁ ଏବେ ପାକିସ୍ତାନକୁ ଆନ୍ତର୍ଜାତିକ ଋଣ ମିଳିବାରେ ସମସ୍ୟା ଆସୁଛି । ତେଣୁ ଗ୍ରେ ଲିଷ୍ଟରୁ ବାହାରକୁ ଗଲେ ପାକିସ୍ତାନକୁ ଅଧିକ ଋଣ ମିଳିବାରେ ସୁବିଧା ହେବ ।
ବିଦେଶ ଖବର ଆହୁରି ପଢନ୍ତୁ ।