ଏ ଛେଳି ଛୁଆର ନାଁ ସିମ୍ବା। ତା କାନ ଦେଖିଲେ ଉଡି ଯାଉଛି ଲୋକଙ୍କ ହୋସ୍। ତାର ଶରୀର ତୁଳନାରେ ଦିନକୁ ଦିନ ତାର କାନର ଲମ୍ବ ବଢୁଛି। ଯାହାର ଲମ୍ବ ଏବେ ୧୯ ଇଞ୍ଚି ଅର୍ଥାତ ୪୬ ସେଣ୍ଟିମିଟର ହେଲାଣି । ସିମ୍ବାର କାନ ଏତେ ଲମ୍ବା ଯେ ଭୁଇଁକୁ ସ୍ପର୍ଶ କରୁଛି।
ସିମ୍ବାର ଦୁଇଟି କାନ ଏପଟସେପଟ ଝୁଲୁକି ରହିଛି। ଏହି ଘଟଣାଟି ହେଉଛି ପାକିସ୍ତାନର କରାଚିରେ । ଛେଳି ଛୁଆ ସିମ୍ବାର ଜନ୍ମ ୫ ଜୁନ୍ରେ ମହମ୍ମଦ ହସନ ନରେଜୋଙ୍କ ଘରେ ହୋଇଥିଲା। ଜନ୍ମ ହେବାର ମାତ୍ର ୧୯ ଦିନରେ ସାମ୍ବାର କାନ ଅସାମାନ୍ୟ ଭାବେ ବଢିବାରେ ଲାଗିଛି।
ଭାରି କଉତୁକିଆ ଦେଖାଯାଉଛି ସିମ୍ବା। ଛେଳି ଛୁଆର ମାଲିକ ନରେଜୋ ତାକୁ ଗୋଟି ମୁହୂର୍ତ୍ତ ବି ନିଜଠାରୁ ଅଲଗା କରୁନାହାଁନ୍ତି। ସିମ୍ବାର ଭାରି ଜତ୍ନ ନେଉଛନ୍ତି ନରେଜୋ। ଏବେ ନରେଜୋଙ୍କ ଘରେ ସିମ୍ବାକୁ ଦେଖିବାକୁ ଲୋକଙ୍କ ଗହଳି ଲାଗିଛି।
ମାଲିକ ନରେଜୋ କୁହନ୍ତି ସିମ୍ବା ବହୁତ ଜଲଦି ଗିନିଜ୍ ବୁକ୍ ଅଫ ଓ୍ୱାଲ୍ଡ ରେକର୍ଡରେ ସ୍ଥାନ ପାଇବ । ତେବେ ସିମ୍ବା ଏକ ନ୍ୟୁବିୟନ ପ୍ରଜାତି ଛେଳି। ଏହି ପ୍ରଜାତି ଛେଳିମାନଙ୍କର କାନ ଲମ୍ବା ହୋଇଥାଏ। ଏମାନଙ୍କ କାନ ଲମ୍ବା ହୋଇଥିବାରୁ ଗରମ ଦିନେ ଥଣ୍ଡା ଅନୁଭୂତ କରିଥାନ୍ତି।