ଏହାସହ ସେ ନିଜର ଧର୍ମ ବଦଳେଇ ସାରିଛନ୍ତି ଏବଂ ଏବେ ମୁସଲିମରୁ ହିନ୍ଦୁ ହେଇସାରିଛନ୍ତି ବୋଲି ଚିଠିରେ ଉଲ୍ଲେଖ କରିଛନ୍ତି । ଖାଲି ସେତିକି ନୁହେଁ, ମାନବିକତା ଆଧାରରେ ତାଙ୍କୁ କ୍ଷମା କରିଦେବାକୁ ସେ ରାଷ୍ଟ୍ରପତିଙ୍କୁ ନିବେଦନ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ଯଦି ସେ ଦୋଷୀ ତାଙ୍କୁ ଦଣ୍ଡ ମିଳୁ, ନଚେତ ଭାରତରେ ରହିବାକୁ ଅନୁମତି ମିଳୁ । ତଦନ୍ତରେ ସେ ସମ୍ପୂର୍ଣ୍ଣ ସହଯୋଗ କରୁଛନ୍ତି ।
ସେ କୌଣସି ମିଥ୍ୟା ତଥ୍ୟ ଦେଉନାହାଁନ୍ତି । ଯଦି ତାଙ୍କୁ ପାକିସ୍ତାନ ପଠାଯାଏ ତେବେ ତାଙ୍କୁ ହତ୍ୟା କରାଯିବ ବୋଲି ସୀମା କହିଛନ୍ତି । ନିଜ ପ୍ରେମିକ ତଥା ସ୍ୱାମୀ ସଚିନ ମୀଣାଙ୍କ ସହ ସେ ଭାରତରେ ରହିବାକୁ ଚାହୁଁଥିବା କୁହା ଯାଉଥିବା ବେଳେ, କିଛି ଲୋକ ତାଙ୍କୁ ପୁଣିଥରେ ପାକିସ୍ତାନ ପଠାଇ ଦେବାକୁ ଦାବି କରିଛନ୍ତି । ସୀମା ୨୦୨୦ରେ ପବଜି ଗେମ ମାଧ୍ୟମରେ ନିଜ ପ୍ରେମିକ ସଚିନ ମିନାଙ୍କ ସହ ସମ୍ପର୍କରେ ଆସିଥିଲେ। ନିୟମିତ ହ୍ୱାଟଆପ ମାଧ୍ୟମରେ ଦୁହେଁ ଚାଟିଂ କରିବା ସହ ବନ୍ଧୁତା ଅଧିକ ବଢ଼ିଥିଲା। ସଚିନଙ୍କୁ ଦେଖା କରିବା ପାଇଁ ସୀମା ପ୍ରଥମ ଥର ଦୁବାଇ ଏବଂ ନେପାଲ ଚାଲିଆସିଲେ। ନେପାଳରୁ ସୀମା ମେ ମାସରେ ଏକ ଯାତ୍ରୀବାହୀ ବସ ମାଧ୍ୟମରେ ଅବୈଧ ଭାବେ ଭାରତ ଆସିଯାଇଥିଲେ। ତେବେ ବର୍ତ୍ତମାନ ସୀମାଙ୍କୁ ନେଇ ତନାଘନା ଜାରି ରହିଛି। ସୀମା ସତରେ ନିଜର ପ୍ରେମ ପାଇଁ ଭାରତ ଆସିଛନ୍ତି ନା ସୀମାଙ୍କୁ ପାକିସ୍ତାନରୁ ପଠାଯାଇଛି ତାହା ଏବେ ସନ୍ଦେହ ଘେରରେ।
ଅଧିକ ପଢ଼ନ୍ତୁ ଦେଶ ଖବର: