ଅର୍ଗସ ବ୍ୟୁରୋ : ପୁଣି ଥରେ ବେପାରୁଆ ବୟାନ ଦେଇ ଚର୍ଚ୍ଚାରେ ପାକ କ୍ରିକେଟର ସୋଏବ ଅଖତର । ପାଣ୍ଠି ଯୋଗାଡ ପାଇଁ ଭାରତ-ପାକିସ୍ତାନ ମଧ୍ୟରେ ମ୍ୟାଚ ଆୟୋଜନ କରାଯାଉ ବୋଲି କହି ପୁଣି ଚର୍ଚ୍ଚାରେ ସୋଏବ । ତେବେ ଭାରତର ପୂର୍ବତନ କିମ୍ବଦନ୍ତୀ ଅଲରାଉଣ୍ଡର ଏହାକୁ କଡା ନିନ୍ଦା କରିଛନ୍ତି । ଭାରତ ନିକଟରେ ମହାମାରୀ ମୁକାବିଲା ପାଇଁ ଯଥେଷ୍ଟ ପଇସା ଥିବା ସେ କହିଛନ୍ତି । ବେପାରୁଆ ମନ୍ତବ୍ୟ ପାଇଁ ପାକିସ୍ତାନ କ୍ରିକେଟ ଟିମର ପୂର୍ବତନ ଫାଷ୍ଟ ବୋଲର ସୋଏବ ଅଖତରଙ୍କୁ ଭତ୍ସନା କରିବା ସହ କଡା ଜବାବା ଦେଇଛନ୍ତି କିମ୍ବଦନ୍ତୀ ଭାରତୀୟ ଅଲରାଉଣ୍ଡର କପିଲ ଦେବ ।
କିଛି ଦିନ ତଳେ ଅଖତର ଏକ ଭାରତୀୟ ଗଣମାଧ୍ୟମକୁ କହିଥିଲେ, କେବଳ ଟେଲିଭିଜନ ଦର୍ଶକ ଲାଗି ଭାରତ ଓ ପାକିସ୍ତାନ କ୍ରିକେଟ ଦଳ ମଧ୍ୟରେ ତିନୋଟି ମ୍ୟାଚ ଆୟୋଜନ କରାଯିବା ଉଚିତ । ଖାଲି ଷ୍ଟାଡିୟମରେ ଏହି ମ୍ୟାଚ ସବୁ ଆୟୋଜନ ହେବ । ଏହି ତିନୋଟି ମ୍ୟାଚରୁ ଉପାର୍ଜିତ ରାଜସ୍ୱକୁ ଉଭୟ ଭାରତ ଓ ପାକିସ୍ତାନରେ କରୋନା ଭୂତାଣୁ ସଂକ୍ରମଣ ବିରୋଧରେ ବ୍ୟୟ କରାଯିବ । ସୋଏବ ଅଖତରଙ୍କ ଏହି ବେପାରୁଆ ମନ୍ତବ୍ୟକୁ କପିଲ ଦେବଙ୍କ ସହ ବହୁ ଭାରତୀୟ ନାପସନ୍ଦ କରିଛନ୍ତି । କପିଲ ସିଧା ସିଧା କହିଛନ୍ତି ଯେ, ଭାରତର ଅର୍ଥ ଆବଶ୍ୟକ ନାହିଁ । ଏହି କ୍ରିକେଟ ମ୍ୟାଚ ପାଇଁ କ୍ରିକେଟରଙ୍କ ଜୀବନକୁ ବିପଦରେ ପକାଇବା ଆଦୌ ଗ୍ରହଣୀୟ ନୁହେଁ । ଅଖତରଙ୍କ ପ୍ରସ୍ତାବ ସମ୍ଭବପର ମଧ୍ୟ ନୁହେଁ । ସେ ତାଙ୍କର ନିଜସ୍ବ ମତ ପ୍ରକାଶ କରିଛନ୍ତି । ହେଲେ ଆମର ପାଣ୍ଠି ଯୋଗାଡ କରିବା ଆବଶ୍ୟକ ନାହିଁ । ତିନୋଟି କ୍ରିକେଟ ମ୍ୟାଚରୁ ଏମିତି କେତେ ପାଣ୍ଠି ଯୋଗାଡ କରି ହେବ କି ? .. ଏତିକି ପାଣ୍ଠି ପାଇଁ କ୍ରିକେଟରଙ୍କ ଜୀବନକୁ ବିପଦରେ ପକାଇବା କେତେ ଯୁକ୍ତିଯୁକ୍ତ । ମୁଁ ଭାବୁଛି ଆସନ୍ତା 5/6 ମାସ ପାଇଁ ଆମକୁ କ୍ରିକେଟ ଭୁଲିଯିବା ଉଚିତ ହେବ । ସବୁ କିଛି ଠିକ ହେଲେ କ୍ରିକେଟ ପୁଣି ଆରମ୍ଭ ହେବ । ଦେଶ ଠାରୁ କୌଣସି କ୍ରୀଡା କଦାପି ବଡ ହୋଇନପାରେ ।
ବର୍ତ୍ତମାନ ପରିସ୍ଥିତିରେ କରୋନା ମୁକାବିଲା ପାଇଁ ଆମେ ସରକାରଙ୍କୁ ସହଯୋଗ କରିବା ଉଚିତ । ଏହି ଲଢେଇରେ ଆଗ ଧାଡିର ଯୋଦ୍ଧା ହେଲେ ଡାକ୍ତର, ସେବିକା, ସ୍ୱାସ୍ଥ୍ୟକର୍ମୀ, ପୋଲିସ ଏବଂ ଅନ୍ୟମାନଙ୍କ ମନୋବଳ ବଢାଇବା ଉଚିତ । ପୁଣି ଲକ ଡାଉନ ଯୋଗୁ ଜୀବିକା ହରାଇଥିବା ଓ ଖାଇବାକୁ ପାଉନଥିବା ଗରିବକୁ ସାହାଯ୍ୟ କରିବା କଥା ଆମକୁ ଭାବିବାକୁ ପଡିବ । ଆମ ପାଖରେ ଯଥେଷ୍ଟ ପଇସା ଅଛି । ଆମ ପାଇଁ ଗରୁତ୍ୱପୂର୍ଣ୍ଣ ହେଉଛି, ବର୍ତ୍ତମାନ ସମୟରେ ଏହି ମହାମାରୀର ସଫଳ ମୁକାବିଲା କରିବା । ଏହି କାମରେ ନିଜ ଜୀବନକୁ ପାଣି ଛଡାଇ ଲାଗିଥିବା ବ୍ୟକ୍ତିଙ୍କ ପ୍ରତି ସହଯୋଗର ହାତ ବଢାଇବା ଏବଂ କର୍ତ୍ତୃପକ୍ଷଙ୍କୁ ସାହାଯ୍ୟ କରିବା । ଟେଲିଭିଜନରେ ଦେଖୁଛନ୍ତି ଯେ, ବହୁ ରାଜନେତା କରୋନାର ମୁକାବିଲା ଉପାୟ କଥା ନଭାବି ପରସ୍ପରକୁ ଦୋଷାରୋପ କରିବାରେ ଲାଗିଛନ୍ତି । ଏହା ବନ୍ଦ ହେବା ଉଚିତ । କରୋନା ମୁବାକିଲା ପାଇଁ ବିସିସିଆଇ ଭାରତ ସରକାରଙ୍କୁ 51 କୋଟିର ବଡ ଅର୍ଥ ରାଶି ପ୍ରଦାନ କରିଛି । ଆବଶ୍ୟକ ପଡିଲେ ଏହାଠାରୁ ଅଧିକ ଅର୍ଥ ପ୍ରଦାନ କରାଯିବ । ଲକ ଡାଉନରେ ଲୋକେ ହଇରାଣ ହେଉଛନ୍ତି ବୋଲି କହିବାକୁ କପିଲ ଜବାବ ଦେଇଥିଲେ ଯେ, ନେଲସନ ମାଣ୍ଡେଇ ଯଦି ଏକ କ୍ଷୁଦ୍ର କଠୋରିରେ 27 ବର୍ଷ ରହିପାରିଲେ, ଆମେ ଆମ ଘରେ କେଇଦିନ ରହିପାରିବା ନାହିଁ ?... ତାହାପୁଣି ନିଜ ସୁରକ୍ଷା ପାଇଁ ।
ବଲାଙ୍ଗୀର : ଟିଟିଲାଗଡ଼ ଥାନା ଅନ୍ତର୍ଗତ କତରକେଲା ଗାଁ ନିକଟରେ ଏକ୍ ପିକଅପ୍ ଭ୍ୟାନ ଭାରସାମ୍ୟ ହରାଇ ଓଲଟି ପଡିବାରୁ 14 ରୁ ଅଧିକ ଜଣ ଗୁରୁତର ଆହତ ହୋଇଛନ୍ତି । ଆହତ ଙ୍କ ମଧ୍ୟରେ ଅନେକ୍ ଶିଶୁ ଓ ମହିଳା ରହିଛନ୍ତି. ମିଳିଥିବା ସୂଚନା ଅନୁସାରେ ମୁରିବାହାଲ ଥାନା ଅନ୍ତର୍ଗତ ହଳଦୀ ଗାଁ ର ଭୁଏପଡା ଗାଁ ରୁ ପ୍ରାୟ 20/25 ଜଣ କଳାହାଣ୍ଡି ଜିଲ୍ଲା ଯୋଗୀମୁଣ୍ଡାକୁ ବଣ ଭୋଜି କରିବାକୁ ଯାଉଥିବା ସମୟରେ ଟିଟିଲାଗଡ଼ ନିକଟ କତରକେଲା ନିକଟରେ ଭାରସାମ୍ୟ ହରାଇ ପିକଅପ୍ ଭ୍ୟାନ ଓଲଟି ପଡିଥିଲା ।
ଅଧିକ ପଢନ୍ତୁ : ଟ୍ରକକୁ ପଛପଟୁ ଧକ୍କା ଦେଲା ବସ: ୧୦ରୁ ଊର୍ଦ୍ଧ୍ବ ଯାତ୍ରୀ ଆହତ
ଗୁରୁତର ଆହତ ମାନଙ୍କୁ 108 ଆମ୍ବୁଲାନ୍ସ ମଧ୍ୟରେ ସ୍ଥାନୀୟ ଲୋକେ ଟିଟିଲାଗଡ଼ ହସ୍ପିଟାଲ ପହଞ୍ଚିଥିଲେ । ହସ୍ପିଟାଲରେ ବର୍ତ୍ତମାନ୍ ଆହତ ଙ୍କ ଚିକିତ୍ସା ଚାଲିଛି । ହେଲେ ବର୍ତ୍ତମାନ୍ ସୁଦ୍ଧା କିଛି ଆହତ ଙ୍କ ଅବସ୍ଥା ଗୁରୁତର ଥିବାରୁ ବଲାଙ୍ଗିର ହସ୍ପିଟାଲ ସ୍ଥାନାନ୍ତରିତ କରାଯାଇଛି।
ଅର୍ଗସ ବ୍ୟୁରୋ: ଗଂଜାମ ତାରାସିଙ୍ଗ ଥାନା ଗେରେଡା ମାଣପୁର ରାସ୍ତା କଡରେ ଗଦା କରାଯାଇଥିବା ଧାନ ଗଦାରେ ବିଳମ୍ବିତ ରାତିରେ ଜଣେ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଛି । ମାଣପୁର ଗାଁର ତିନି ଚାଷୀଙ୍କ ପାଞ୍ଚ ଗଦା ଧାନ ପୋଡି ପାଉଁଶ ହୋଇଯାଇଛି । ବାତ୍ୟା ଆସିବା ଭୟରେ ଜମିରୁ ଧାନ ବୋହି ଆଣି ସୁରକ୍ଷିତ ଭାବେ ରଖିବା ପାଇଁ ଚାଷୀ ମାନେ ରାସ୍ତାକଡ଼ରେ ଜମା କରିଥିଲେ ।
ରାତି ପ୍ରାୟ ୧୧ ଟା ସମୟରେ ହଠାତ ନିଆଁ ଦେଖିବା ପରେ ଚାଷୀ ମାନେ ଦୌଡି ଥିଲେ ଓ ନିଆଁ ଲଗାଇଥିବା ବ୍ୟକ୍ତିଙ୍କୁ ମଧ୍ୟ ଧରି ନେଇଥିଲେ ଓ ତାରସିଙ୍ଗ ପୁଲିସକୁ ଖବର ଦେଇ ଚାଷୀ ମାନେ ପୁଲିସକୁ ହସ୍ତାନ୍ତର କରିଛନ୍ତି ଓ କ୍ଷତି ପୂରଣ ପାଇଁ ଦାବି କରିଛନ୍ତି । ଗେରେଡା ଆର ଆଇ ଓ ସରପଞ୍ଚ ପ୍ରଦୀପ କୁମାର ସେଠୀ ପଂହଁଚି ଘଟଣାର ଅନୁସନ୍ଧାନ କରି ରିପୋର୍ଟ ପଠାଇଛନ୍ତି । ଏଥିରେ ଚାଷୀ ଜଗତ ନାଥ ପ୍ରଧାନ, ସନ୍ତୋଷ ପ୍ରଧାନ, ଜୟରାମ ପ୍ରଧାନ ଙ୍କ ଧାନ କ୍ଷତି ହୋଇଛି ।
ଅଧିକ ପଢ଼ନ୍ତୁ ଓଡିଶା ଖବର:
ଅର୍ଗସ ବ୍ୟୁରୋ: ରାଜ୍ୟ ସରକାରଙ୍କ ନିର୍ବାଚନୀ ଭେଳିକି। ଭୋଟ୍ ଭୟରେ ହେଉଛନ୍ତି କି ତରବର। ଆଉ ଗୋଟିଏ ନିର୍ବାଚନ ପାଖେଇ ଆସିବାରୁ ମନେ ପଡୁଛି ପଦମପୁରକୁ ଜିଲ୍ଲା କରିବା ପ୍ରତିଶ୍ରୁତି। ପଦମପୁର ଉପ ନିର୍ବାଚନ ସମୟରେ ଏହାକୁ ଜିଲ୍ଲା ମାନ୍ୟତା ଦେବାକୁ ପ୍ରତିଶ୍ରୁତି ଦେଇଥିଲେ ଖୋଦ ମୁଖ୍ୟମନ୍ତ୍ରୀ। ଅନେକ ଦିନ ବିତିଯାଇଥିଲେ ବି ଏବେ ଆଗକୁ ସାଧାରଣ ନିର୍ବାଚନ ପାଖେଇ ଆସୁଥିବାରୁ ଭୋଟ୍ ଭୟରେ ଆରମ୍ଭ ହେଲାଣି ପଦମପୁରକୁ ଜିଲ୍ଲା ମାନ୍ୟତା ଦେବା ପ୍ରକ୍ରିୟା। ତେବେ ଜିଲ୍ଲା ମୁଖ୍ୟାଳୟ କେଉଁଠାରେ ହେବ ସେନେଇ ଜାଗା ଚିହ୍ନଟ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ନିର୍ବାଚନ ବେଳେ ରାଜ୍ୟ ସରକାରଙ୍କ ଆଭିମୁଖ୍ୟକୁ ନେଇ ଉଠିଲାଣି ପ୍ରଶ୍ନବାଚୀ। କଣ୍ଟାବାଞ୍ଝିକୁ ନୂଆ ଜିଲ୍ଲା ପାଇଁ ଦାବି ଉଠୁଛି, ସେପଟେ ମୟୂରଭଞ୍ଜରେ ରାଇରଙ୍ଗପୁର ଏବଂ କରଞ୍ଜିଆକୁ ମଧ୍ୟ ଜିଲ୍ଲା ପାଇଁ ଦାବି ଉଠିଲାଣି।
ପଦମପୁରକୁ ଜିଲ୍ଲା ମାନ୍ୟତା ଦେଲେ ଏତେ ସବୁ ନୂଆ ଜିଲ୍ଲା ପାଇଁ ଉଠୁଥିବା ଦାବି ପ୍ରତି କଣ ରହିବ ରାଜ୍ୟ ସରକାରଙ୍କ ଆଭିମୁଖ୍ୟ ତାକୁ ନେଇ ସୃଷ୍ଟି ହୋଇଛି ସନ୍ଦେହ। ତେବେ ମୟୂରଭଞ୍ଜରେ ହିଁ ରାଇରଙ୍ଗପୁରକୁ ଜିଲ୍ଲା ଦାବି ନେଇ ଶିକ୍ଷାମନ୍ତ୍ରୀଙ୍କ ବିରୋଧରେ ସୃଷ୍ଟି ହେଲାଣି ଜନମତ। ମୟୂରଭଞ୍ଜକୁ ଭାଗଭାଗ ନକରାଯାଉ ବୋଲି ଦାବି କରିଛନ୍ତି କରଞ୍ଜିଆ ଓକିଲ ସଙ୍ଘର ସଭାପତି ଶ୍ରୀଯୁକ୍ତ ବାଞ୍ଛାନିଧି ପୃଷ୍ଟି। ଯଦି ରାଇରଙ୍ଗପୁରକୁ ସରକାର ନୂଆ ଜିଲ୍ଲା କରିବେ ତେବେ କରଞ୍ଜିଆକୁ ବି କରନ୍ତୁ ବୋଲି ସେ ଦାବି କରିଛନ୍ତି।
ଅଧିକ ପଢ଼ନ୍ତୁ ଓଡିଶା ଖବର: