ପାକିସ୍ତାନ ଏବେ ଭାରତରେ ଲୋକ ମାନଙ୍କ ମଧ୍ୟରେ ବିବାଦ ବଢାଇବା ପାଇଁ ଅନେକ ପ୍ରକାର ନୂଆ ନୂଆ ଉପାୟ ଅବଲମ୍ବନ କରିବା ଆରମ୍ଭ କଲାଣି । ତାର ଏକ ଉଦାହରଣ ଏବେ ଦେଖିବାକୁ ମିଳିଛି ।
ଭାରତ – ପାକିସ୍ତାନ କ୍ରିକେଟ ମ୍ୟାଚରେ ଭାରତ ପରାଜିତ ହୋଇଛି । ଖେଳରେ ଜୟ ପରାଜୟ ଲାଗି ରହିଥାଏ । ଏଥିରେ କିଛି ନୂଆ କଥା ନାହିଁ । ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଲା ଯେ ଏହି ପାକିସ୍ତାନ ଓ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଏହି ମ୍ୟାଚରେ ଭାରତର ପରାଜୟ ଓ ଏକ ଘଟଣାକୁ ନେଇ ଭାରତ ବିରୁଦ୍ଧରେ ଏକ ବଡ ଷଡଯନ୍ତ୍ର ଆରମ୍ଭ କରି ଦେଇଛି ।
ଏହି ମ୍ୟାଚରେ ଅର୍ଶଦୀପ ସିଂହ ନାମକ ଜଣେ ନବାଗତ ଖେଳାଳୀ ମ୍ୟାଚରେ ଗୋଟିଏ କ୍ୟାଚ ହାତଛଡା କରି ଦେଇଥିଲେ । ଖେଳରେ ଏପରି ହୋଇଥାଏ । ସମର୍ଥକ ଦର୍ଶକ ମାନେ ମଧ୍ୟ ଏଥି ପ୍ରତି ଅସନ୍ତୋଷ ପ୍ରକାଶ ମଧ୍ୟ କରିଥାନ୍ତି । ଏଥିରେ କିଛି ନୂଆ କଥା ନାହିଁ । ହେଲେ ଅର୍ଶଦୀପଙ୍କ ମାମଲାରେ ପାକିସ୍ତାନରୁ ଏକ ଭୟଙ୍କର ଇନଫର୍ମେସନ ଜିହାଦ ଆରମ୍ଭ କରା ଯାଇଛି । ପାକିସ୍ତାନର କିଛି ଟ୍ୱିଟର ହ୍ୟାଣ୍ଡେଲରୁ ଅପ ପ୍ରଚାର କରାଯାଉଛି ଯେ ଭାରତର ଲୋକ ମାନେ ଅର୍ଶଦୀପଙ୍କୁ ଖାଲିସ୍ତାନୀ ବୋଲି କହି ସୋସିଆଲ ମିଡିଆରେ ଗାଳି ଗୁଲଜ କରୁଛନ୍ତି । ସେ ଖଲିସ୍ତାନୀ ହୋଇଥିବାରୁ ଏହି କ୍ୟାଚ ଛାଡିଛନ୍ତି ବୋଲି ଏହି ଟ୍ୱିଟ ମାନଙ୍କରେ କୁହା ଯାଇଛି । ସବୁଠାରୁ ଗୁରୁତ୍ୱପୂର୍ଣ କଥା ହେଲା ଯେ ଏହି ଟ୍ୱିଟର ହ୍ୟାଣ୍ଡେଲ ଗୁଡିକର ନାମ ହିନ୍ଦୁ ମାନଙ୍କର ନାମରେ ରହିଛି । ଏହି ପୋଷ୍ଟ ଗୁଡିକ ପାକିସ୍ତାନରୁ କରାଯାଇଛି ବୋଲି ସାଧାରଣ ଭାବେ କେହି ଜାଣି ପାରିବେ ନାହିଁ ।
ବାସ୍ତବରେ ଭାରତର କୌଣସି ଖେଳାଳୀ ଭଲ ପ୍ରଦର୍ଶନ କଲେ ତାଙ୍କୁ ଦର୍ଶକ ମାନେ ପ୍ରଶଂସା କରିଥାନ୍ତି । ସେହିପରି ଖରାପ ପ୍ରଦର୍ଶନ କଲେ ତାଙ୍କ ବିରୋଧରେ ଅସନ୍ତୋଷ ବ୍ୟକ୍ତ କରିଥାନ୍ତି । ହେଲେ ଏଇ ପୂରା ପ୍ରକରଣରେ ଖଲିସ୍ତାନ କେଉଁଠୁ ଆସିଲା?
କିଛି ସମୟ ମଧ୍ୟରେ ଏହି ବିଷୟ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ଆରମ୍ଭ କରି ଦେଲା । ଏହା ପରେ ପାକିସ୍ତାନୀ ଟ୍ୱିଟର ହ୍ୟାଣ୍ଡେଲ ମାନଙ୍କର କାମ ଶେଷ ହେଲା । ଏହା ପରେ ପାକିସ୍ତାନର ଭାରତରେ ଥିବା ଇକୋ ସିଷ୍ଟମର ଲୋକ ମାନଙ୍କର କାମ ଆରମ୍ଭ ହୋଇଥିଲା । ସବୁବେଳେ ଇସଲାମୀ ଏଜେଣ୍ଡା ଓ ହିନ୍ଦୁ ବିରୋଧକୁ ପ୍ରୋତ୍ସାହନ ଦେଉଥିବା ଅନେକ ଲୋକ ଏହି ପ୍ରସଙ୍ଗରେ ଟ୍ୱିଟ କରିବା ଆରମ୍ଭ କରି ଦେଲେ । ସେମାନେ ଟ୍ୱିଟ କରି କହିଲେ ଯେ ଭାରତରେ ଏବେ ଶିଖ ମାନଙ୍କୁ ଖଲିସ୍ତାନୀ ବୋଲି କହିବା ଆରମ୍ଭ କରି ଦେଲେଣି । ଭାରତରେ ହିନ୍ଦୁ ମାନେ ଏବେ ଏପରି ହୋଇ ଗଲେଣି ।
ପ୍ରଥମେ ପାକିସ୍ତାନରୁ ଏହି ଇନଫର୍ମେସନ ଜିହାଦ ଆରମ୍ଭ ହୋଇଥିଲା । ପରେ ଭାରତରେ ବସିଥିବା ପାକିସ୍ତାନୀ ଇକୋ ସିଷ୍ଟମର ଲୋକ ମାନେ ଏହି କଥାକୁ ଆଗକୁ ବଢାଇବା ପରେ କିଛି ଭାରତୀୟ ମଧ୍ୟ ଆଇଏସଆଇର ଗେମ ପ୍ଲାନ ସମ୍ପର୍କରେ ନ ବୁଝି ଅଜାଣତରେ ଏହା ଉପରେ ପ୍ରତିକ୍ରିୟା ଦେବା ଆରମ୍ଭ କରି ଦେଲେ । ଏପରି କରିବା ବେଳେ ସେମାନେ ବୁଝି ପାରୁ ନ ଥିଲେ ଯେ ସେମାନେ ଅଜାଣତରେ ଆଇଏସଆଇର ଷଡଯନ୍ତ୍ରର ଜାଲରେ ଫସି ଯାଇଛନ୍ତି ।
ପାକିସ୍ତାନ ଓ ଏହାର ଗୁଇନ୍ଦା ସଂସ୍ଥା ଭାରତକୁ କେବଳ ତାଲିମ ଦେଇ କେବଳ ଆତଙ୍କବାଦୀଙ୍କୁ ପଠାଏ ନାହିଁ । ଭାରତର ଲୋକ ମାନଙ୍କ ମଧ୍ୟରେ ଏକତା ନଷ୍ଚ କରିବା, ଜଣଙ୍କୁ ଅନ୍ୟ ଜଣଙ୍କ ବିରୁଦ୍ଧରେ ଉସୁକାଇବା, ତିକ୍ତତା ସୃଷ୍ଟି କରିବା ପାଇଁ ବିଭିନ୍ନ ପ୍ରକାର ଉପାୟ କରେ । ଏବେ ସୋସିଆଲ ମିଡିଆ ଏଭଳି କରିବାର ସବୁଠାରୁ ବଡ ମାଧ୍ୟମ । କାରଣ ଏଇଥିରେ ନାମ ବଦଳାଇ କେଉଁ ଠାରୁ ହେଲେ ସୋସିଆଲ ମିଡିଆରେ ପୋଷ୍ଟ କରି ତାକୁ ଭାରତରୁ ପୋଷ୍ଟ କରାଯାଉଛି ବୋଲି କୁହା ଯାଇ ପାରିବ । ପାକିସ୍ତାନ ଠିକ ଏଇଆ କରି ଭାରତ ବିରୁଦ୍ଧରେ ଇନଫର୍ମେସନ ଜିହାଦ ଚଳାଇଛି । ତେଣୁ ପ୍ରତ୍ୟେକ ଭାରତୀୟକୁ ପାକିସ୍ତାନ ଓ ଆଇଏସଆଇର ଏହି ଭୟଙ୍କର ଷଡଯନ୍ତ୍ରକୁ ବୁଝିବାକୁ ପଡିବ ।