ଚମତ୍କାର, ଅଭ୍ୟୁତ, ହଠାତ ବିଶ୍ବାସ କରିବା ସମ୍ଭବପର ଲାଗୁନି। ତଥାପି ଆମକୁ ବିଶ୍ବାସ କରିବାକୁ ପଡିବ ବାଗେଶ୍ବର ବାବାଙ୍କୁ। ଏହି ମହିଳା ଜଣକ ମୁସଲମାନ। ହେଲେ ବାଗେଶ୍ବର ବାଲାଜୀ ହନୁମାନଙ୍କ ପ୍ରତି ତାଙ୍କ ଅନୁରାଗ ଅଛି, ଭକ୍ତି ଅଛି ଆଉ ଆବେଗ ଅଛି। ସ୍ବାମୀଙ୍କ ସହ ଛାଡପତ୍ର ପରେ ସେ ଏବେ ଦୁଃଖରେ ଦିନ କାଟୁଛନ୍ତି। ଭଗବାନ ଗୋଟିଏ ଛୁଆକୁ ପାଖରୁ ଛଡେଇ ନେଇଛନ୍ତି। ଅନ୍ୟ ଏକ ଛୁଆ ସମ୍ପୁର୍ଣ୍ଣ ଅସୁସ୍ଥ । ଆଉ ତାର ସୁସ୍ଥତା ପାଇଁ ସେ ବାଗେଶ୍ବରର ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ପାଖକୁ ଧାଇଁ ଆସିଛନ୍ତି ବୋଲି କୋହଭରା କଣ୍ଠରେ କହିଛନ୍ତି।
ଏହି ମହିଳା ଜଣକ ବାବାଙ୍କ ଦ୍ବାରା ମନୋନୀତ ହୋଇ ଏଠାକୁ ଆସି ନାହାନ୍ତି। ଗଣମାଧ୍ୟମର କିଛି ପ୍ରତିନିଧି ଏହି ଚମତ୍କାରକୁ ସନ୍ଦେହ କରିଥିଲେ। ଫଳରେ ବାବାଜୀ ସେହି ଗଣମାଧ୍ୟମ ଜରିଆରେ ଏହି ମହିଳାଙ୍କୁ ପାଖକୁ ଡାକିଛନ୍ତି। ଆଉ ସମସ୍ୟା ଶୁଣିବା ପରେ ସମାଧାନ ଦେବାକୁ ଯୋଡି କାଗଜରେ କିଛି ଲେଖିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କୁ କୁହାଟ ଛାଡିଛନ୍ତି। ଆପଣମାନେ ମୋ ହାତରେ ଥିବା ୨ଟି ଚିଠି ମଧ୍ୟରୁ ଯେ କୌଣସିଟିର ଚୟନ କରିଲେ, ସେଥିରେ ଏହି ମହିଳାଙ୍କ ସମସ୍ୟାର ସମାଧାନ ଥିବ। ଏହା ମୋର ଚ୍ୟାଲେଞ୍ଜ।
ଦର୍ଶକବନ୍ଧୁ କ୍ରମାନ୍ବୟରେ ଆପଣ ଭିଡିଓଟିକୁ ଦେଖିଲେ। ଆଉ ଚମତ୍କାରର ପ୍ରମାଣ ମଧ୍ୟ ପାଇଲେ। ତଥାପି ମନରେ ସନ୍ଦେହ ଥିବ। କାରଣ ପାର୍ଥିବ ଶରୀରରେ ଏମିତି ଚମତ୍କାରକୁ ସୁସ୍ଥ ମସ୍ତିସ୍କର ମଣିଷମାନେ ଅନ୍ଧବିଶ୍ବାସ ହିଁ କହିବେ। କିନ୍ତୁ କ୍ୟାମେରା ସାମ୍ନାରେ ଏମିତି ବିଚିତ୍ର କଥା ଘଟାଉଥିବା ବାବା ଧୀରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଚର୍ଚ୍ଚା ଏବେ ଭାରତର ସବୁ ଗଣମାଧ୍ୟମରେ। ଆମେ ତାଙ୍କ କଥାକୁ ପ୍ରୋତ୍ସାହିତ କରୁନାହୁଁ କି ଅନ୍ଧବିଶ୍ବାସକୁ ବିଶ୍ବାସର ଆଧାର ଦେବାକୁ କହୁନୁ। କିନ୍ତୁ ସନାତନ ଧର୍ମୀ ଦିବ୍ୟ ଭାରତ ବର୍ଷରେ ମନ୍ତ୍ର ଶକ୍ତିର ମଧ୍ୟ ଗାରିମା ରହିଛି ଏ କଥାଟି କହିବାକୁ ଚେଷ୍ଟା କରିଛୁ।