ବିମାନ ଭିତରେ ବୋମା ଗୁଜବ ସୂଚନା ମିଳିବା ପରେ ମଙ୍ଗଳବାର ଅହମଦାବାଦ ବିମାନ ବନ୍ଦରରେ ଏମିତି ହଇଚଇ ସୃଷ୍ଟି ହୋଇଥିଲା। କିନ୍ତୁ ଶେଷ ଖବର ସୁଦ୍ଧା ଏହା ଏକ ପ୍ରାଙ୍କ କଲ୍ ଥିଲା ବୋଲି ପ୍ରମାଣିତ ହୋଇଛି। ପ୍ରାପ୍ତ ସୂଚନା ଅନୁସାରେ, ଉକ୍ତ ବିମାନ ସନ୍ଧ୍ୟା ୫.୨୦ ବିମାନ ବନ୍ଦରରୁ ଉଡ଼ାଣ ଆରମ୍ଭ କରିବାର ଥିଲା। ଜଣେ ଯାତ୍ରୀ ଉକ୍ତ ବିମାନ ଆରୋହଣ କରିପାରି ନ ଥିଲେ। ତେଣୁ, ବିମାନ ଉଡ଼ାଣ ସମୟ ବିଷୟରେ ବିମାନ ବନ୍ଦର କର୍ତ୍ତୃପକ୍ଷମାନେ ତାଙ୍କୁ ଫୋନ୍ ମାଧ୍ୟମରେ ଅବଗତ କରାଇଥିଲେ। ମାତ୍ର, ଉକ୍ତ ଯାତ୍ରୀଜଣକୁ କହିଲେ, କାହିଁକି ଯିବି? ମୁଁ ମରିବାକୁ ଚାହେଁନା। ଆପଣଙ୍କ ବିମାନରେ ବୋମା ଅଛି।
ଉକ୍ତ ବ୍ୟକ୍ତିଙ୍କୁ ପରିଚୟ ମାଗିବାରୁ ସେ ତୁରନ୍ତ ଫୋନ୍ କାଟି ଦେଇଥିଲେ। ବିମାନ ବନ୍ଦର କର୍ତ୍ତୃପକ୍ଷମାନେ ପୁଲିସକୁ ଏ ସଂକ୍ରାନ୍ତରେ ସୂଚନା ଦେଇଥିଲେ। ଏତିକି ବେଳେ ସମ୍ପୃକ୍ତ ବ୍ୟକ୍ତି, ଯାହାଙ୍କ ବିମାନ ବିଳମ୍ବିତ ହେଉଥିଲା ସେ କାଉଣ୍ଟରରେ ପହଞ୍ଚି ଯାଇଥିଲେ। ପୁଲିସ ଯାଞ୍ଚ କରି ଏହି ଘଟଣା ବାବଦରେ ତାଙ୍କୁ କହିଥିଲା। ଏବଂ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ବ୍ୟବସ୍ଥା କରୁଥିଲା। ହେଲେ ଯାତ୍ରୀ ଜଣକ କହିଥିଲେ, ସେ ନିଦ୍ଦୋଶ। କମ୍ପାନୀର ପ୍ରଶାସନିକ ବିଭାଗ ତାଙ୍କ ଟିକେଟ୍ ବୁକ୍ କରିଥିଲା। ଟିକେଟ୍ ବୁକିଙ୍ଗ୍ ନିମନ୍ତେ ବ୍ୟବହୃତ ଫୋନ୍ ନମ୍ବର ଓ ଇ-ମେଲ୍ ନମ୍ବର ତାଙ୍କର ନୁହେଁ ବରଂ ଫେକ୍। ପୁଲିସ ଏବେ ସେଇ ଫେନ ନମ୍ବରରୁ କଲ କରିଥିବା ବ୍ୟକ୍ତିଙ୍କୁ ଖୋଜୁଛି।
ଭାରତ ଖବର ଆହୁରି ପଢ଼ନ୍ତୁ ।