ଅର୍ଗସ ବ୍ୟୁରୋ: ଶସ୍ତା ହେଲା ମେଡିସିନ୍ । କ୍ୟାନସର, ମଧୁମେହ, ଜ୍ୱର ଓ ହେପାଟାଇଟିସ୍ ଭଳି ରୋଗରେ ଚିକିତ୍ସା ପାଇଁ ଆବଶ୍ୟକ ହେଉଥିବା ମେଡିସିନ୍ ଶସ୍ତା ହେଇଛି । ପୂର୍ବ ଅପେକ୍ଷା ଏହି ରୋଗର ମେଡିସିନ୍ ଏବେ ୪୦ ପ୍ରତିଶତ ଶସ୍ତାରେ ମିଳିବ । ତେବେ ଜ୍ୱରରେ ପଡିଥିବାବେଳେ କାମରେ ଆସୁଥିବା ପାରାସିଟାମୋଲ ମେଡିସିନ୍ ମଧ୍ୟ ୧୨ ପ୍ରତିଶତ କମ୍ ହୋଇଛି ।
ଅତ୍ୟାବଶ୍ୟକ ମେଡିସିନ୍ ଲିଷ୍ଟରେ ସାମିଲ ଥିବା ୧୧୯ ମେଡିସିନର ସର୍ବାଧିକ ମୂଲ୍ୟ ନିର୍ଦ୍ଧାରଣ କରିଛନ୍ତି ସରକାର । ଯାହା ଭିତରେ ଏହି ସବୁ ମେଡିସିନ୍ ସାମିଲ ଅଛି । ତେବେ ନ୍ୟାଶନାଲ ଫାର୍ମାସ୍ୟୁଟିକାଲ ପ୍ରାଇସିଂ ଅଥୋରିଟି ବୈଠକରେ ଏହି ୧୧୯ ପ୍ରକାର ମେଡିସିନର ସର୍ବାଧିକ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି।
ଅର୍ଥନୀତି ଖବର ଆହୁରି ପଢନ୍ତୁ