ଉପରାଷ୍ଟ୍ରପତି ଭେଙ୍କିୟା ନାଇଡୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ଗୃହ ମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ, ଲୋକସଭା ଅଧ୍ୟକ୍ଷ ଓମ ବିଡଲା, ରାଜ୍ୟସଭାର ଉପସଭାପତି ହରିବଂଶ ରାୟ ସଂସଦ ଆକ୍ରମଣରେ ଶହୀଦଙ୍କୁ ସଂସଦ ପରିସରରେ ଶ୍ରଦ୍ଧାଞ୍ଜଳି ଦେଇଛନ୍ତି। ଶହୀଦଙ୍କ ସ୍ମୃତିଚାରଣ କରି ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଯେ, ଦେଶ ସେହି ବାହାଦୂର ଶହୀଦଙ୍କୁ କୃତଜ୍ଞତାପୂର୍ବକ ମନେ ପକାଉଛି। ଯେଉଁମାନେ 2001ରେ ଆଜିର ଦିନରେ ସଂସଦର ରକ୍ଷା ପାଇଁ ନିଜ ଜୀବନକୁ ବାଜି ଲଗାଇଥିଲେ। ଆମ ଲୋକତନ୍ତ୍ରର ମନ୍ଦିରକୁ ସେହି ରକ୍ଷକଙ୍କ ମହାନ ବଳିଦାନକୁ ମନେ ପକାଇ ଆମେ ଆତଙ୍କୀ ଶକ୍ତିକୁ ହରାଇବାକୁ କରିଥିବା ସଂକଳ୍ପକୁ ଆହୁରି ମଜଭୁତ କରୁଛୁ।
ସେହିପରି ପ୍ରଧାନମନ୍ତ୍ରୀ ମୋଦି ଟ୍ଵିଟ କରି କହିଛନ୍ତି ଯେ, ଆମେ 2001ରେ ଆଜିର ଦିନରେ ସଂସଦ ଉପରେ ହୋଇଥିବା ଆକ୍ରମଣକୁ କେବେ ଭୁଲିବୁ ନାହିଁ। ଆମେ ସେହି ଲୋକଙ୍କ ବୀରତ୍ଵ ଏବଂ ବଳିଦାନକୁ ମନେ ପକାଉଛୁ ଯେଉଁମାନେ ଆମ ସଂସଦର ରକ୍ଷା କରି ପ୍ରାଣ ହରାଇଥିଲେ। ଭାରତ ସର୍ବଦା ସେମାନଙ୍କର ଋଣୀ ରହିବ।