ନୂଆଦିଲ୍ଲୀ: କୋରୋନା ଯାଞ୍ଚ୍ ପାଇଁ ଖୋଲିବ ୧୯ଟି ଲ୍ୟାବ୍ । ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଆଜି ରାଜ୍ୟସଭାରେ ଏହା ଘୋଷଣା କରିଛନ୍ତି । ହର୍ଷବର୍ଦ୍ଧନ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ରମୋଦି ଏ ସମ୍ପର୍କରେ ଜଡିତ ପରିସ୍ଥିତ ଉପରେ ତିକ୍ଷଣ ନଜର ରଖିଛନ୍ତି । କୋରୋନା ସମ୍ପର୍କିତ ଅପଡେଟ୍ ନେବା ପାଇଁ ପିଏମ ମୋଦି ଲଗାତାର ବୈଠକ କରୁଛନ୍ତି ବୋଲି ରାଜ୍ୟସଭାରେ ସୂଚନା ଦେଇଥିଲେ ହର୍ଷବର୍ଦ୍ଧନ । ହର୍ଷବର୍ଦ୍ଧନ କହିଛନ୍ତି ଚୀନ୍ର ଉହାନ ସହରରୁ ଭାରତୀୟମାନଙ୍କୁ ଉଦ୍ଧାର କରାଯାଇଛି ।
ଏପଟେ ବିହାରର ଗୟାରେ ମିଳିଲା କୋରୋନା ସନ୍ଧିଗ୍ଦ । କିଛି ଦିନ ପୂର୍ବରୁ ଚୀନ୍ରୁ ପଢା ଶେଷ କରି ଭାରତ ଫେରିଥିଲେ ଏହି ଯୁବକ । ଏନେଇ ବିହାରେ ଆଲର୍ଟ ଜାରି କରାଯାଇଛି । ଗୟାର ମଗଧ ମେଡିକାଲରେ କଲେଜ ହସ୍ପିଟାଲରେ କୋରୋନା ସନ୍ଧିଗ୍ଧଙ୍କୁ ଭର୍ତ୍ତି କରାଯାଇଛି । ବର୍ତ୍ତମାନ ତାଙ୍କୁ ଆଇସୋଲେଟେଡ ଓ୍ୱାର୍ଡରେ ରଖାଯାଇଛି । ସେହିପରି ଉତ୍ତର ପ୍ରଦେଶର ଆଗ୍ରାରେ ପ୍ରଶାସନ ତରଫରୁ ସତର୍କତା ବଢାଇଦିଆଯାଇଛି ।
ପୁରୀ: ଆଜି ଶ୍ରୀମନ୍ଦିରରେ ରତ୍ନସିଂହାସନ ଉପରେ ଶ୍ରୀଜୀଉମାନଙ୍କର ପଇତା ଲାଗି ନୀତି ଅନୁଷ୍ଠିତ ହେବ। ଏଥିପାଇଁ ଅପରାହ୍ନ 5 ଟା ଠାରୁ ରାତି 10 ଟା ପର୍ଯ୍ୟନ୍ତ ଶ୍ରଦ୍ଧାଳୁଙ୍କ ଦର୍ଶନ ବନ୍ଦ ରହିବ ବୋଲି ଶ୍ରୀମନ୍ଦିର କାର୍ଯ୍ୟାଳୟ ପକ୍ଷରୁ ସୂଚନା ମିଳିଛି । ଦଇତାପତି ସେବାୟତଙ୍କ ଏହା ଗୋଷ୍ଠୀଗତ ସେବା ହୋଇଥିବା ବେଳେ ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଶ୍ରୀମନ୍ଦିରର ଜୟବିଜୟ ଦ୍ଵାର ବନ୍ଦ ରହିବ। ଓ ଦଇତାପତି ସେବାୟତ ମାନେ ତିନି ଭାଗରେ ବିଭକ୍ତ ହୋଇ ରତ୍ନସିଂହାସନ ଉପରେ ଚଢି ମହାପ୍ରଭୁଙ୍କ ଏହି ଗୁପ୍ତ ସେବା କରିଥାନ୍ତି ।
ଦ୍ଵିପହର ଧୂପ ସରିବାପରେ ଦଇତାପତି ସେବକମାନେ ମହାପ୍ରଭୁଙ୍କୁ ପଇତାଲାଗି କରିବେ। ପ୍ରାୟ ୫ ଘଣ୍ଟା ଧରି ଏହି ନୀତି ଚାଲିବା ଯୋଗୁଁ ସର୍ବସାଧାରଣଙ୍କର ଦର୍ଶନ ବନ୍ଦ ରହିବ। ଏହି ନୀତି ସମ୍ପୂର୍ଣ୍ଣ ହେବାପରେ ଶ୍ରୀବିଗ୍ରହଙ୍କୁ ମହାସ୍ନାନ କରାଯିବା ପରେ ଶ୍ରଦ୍ଧାଳୁମାନେ ଶ୍ରୀଜୀଉମାନଙ୍କୁ ଦର୍ଶନ କରିପାରିବେ। ବର୍ଷକୁ ପ୍ରାୟ ଦୁଇଥର ଓ ଆବଶ୍ୟକ ପଡିଲେ ତିନିଥର ମହାପ୍ରଭୁଙ୍କ ପଇତାଲାଗି ନୀତି ଅନୁଷ୍ଠିତ ହୋଇଥାଏ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ନୂଆଦିଲ୍ଲୀ: ଆଜି ଭାରତୀୟ ନୌସେନା ଦିବସ । ଶୌର୍ଯ୍ୟ ଓ ପରାକାଷ୍ଠା ଦେଖାଇବାର ଦିନ । ଏଥିପାଇଁ ମହାରାଷ୍ଟ୍ରର ସିନ୍ଧୁଦର୍ଗରେ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି । ଯେଉଁଠି ନୌବୀର ମାନେ ନିଜର ପରାକାଷ୍ଠା ଦେଖାଇବେ । ଏହି କାର୍ଯ୍ୟକ୍ରମରେ ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ଅବସରରେ ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜାଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପିଏମ୍ ।
ପ୍ରତିବର୍ଷ ଡିସେମ୍ବର ୪କୁ ନୌସେନା ଦିବସ ଭାବେ ପାଳନ କରାଯାଏ । ଆଜିର କାର୍ଯ୍ୟକ୍ରମରେ ନୌବୀରମାନେ ନିଜର ପରାକାଷ୍ଠା ଦେଖାଇବେ । ଏହାସହ ନୌସେନାର ଅନେକ ୱାର୍ ସିପ୍ ନିଜର ପରାକ୍ରମ ଦେଖାଇବେ । ଏହି ଅବସରରେ ରାଜକୋଟ ଦୁର୍ଗରେ ଛତ୍ରପତି ଶିବାଜୀ ମହାରାଜାଙ୍କ ଏକ ପ୍ରତିମୂର୍ତ୍ତି ଉନ୍ମୋଚନ କରିବେ ପିଏମ୍ । ପ୍ରତିବର୍ଷ ଡିସେମ୍ବର ୪କୁ ନୌସେନା ଦିବସ ଭାବେ ପାଳନ କରାଯାଏ । ଆଜିର କାର୍ଯ୍ୟକ୍ରମରେ ନୌବୀରମାନେ ନିଜର ପରାକାଷ୍ଠା ଦେଖାଇବେ । ଏହାସହ ନୌସେନାର ଅନେକ ୱାର୍ ସିପ୍ ନିଜର ପରାକ୍ରମ ଦେଖାଇବେ ।
ଅଧିକ ପଢନ୍ତୁ ଭାରତ ଖବର