ସେହିପରି ଆଜି ସନ୍ଧ୍ୟାରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମଧ୍ୟ ନିଜ ଲୋକସଭା ଏବଂ ରାଜ୍ୟସଭା ସାଂସଦମାନଙ୍କ ସହିତ ବୈଠକ କରିବେ । ଆଜିର ବୈଠକରେ ବିଜେଡି ଦଳର ଆଭିମୁଖ୍ୟ ନେଇ ଆଲୋଚନା ହୋଇପାରେ । ଏହାସହ ରାଜ୍ୟସଭାର ବିଜେଡି ସଂସଦୀୟ ଦଳ ନେତା କିଏ ହେବ ସେନେଇ ଘୋଷଣା ହୋଇପାରେ । ଏଠାରେ କହିରଖୁଛୁ ଯେ, ମୌସୁମୀ ଅଧିବେଶନ ଜୁଲାଇ 18 ରୁ ଅଗଷ୍ଟ 12 ପର୍ଯ୍ୟନ୍ତ ଚାଲିବ ।
ଲୋକସଭା ସଂସଦୀୟ ଦଳ ବୈଠକ ଡାକିଲେ ଓମ ବିର୍ଲା

ଅର୍ଗସ ବ୍ୟୁରୋ: ଆସନ୍ତା 18 ତାରିଖରୁ ସଂସଦର ମୌସୁମୀ ଅଧିବେଶନ ଆରମ୍ଭ ହେବ । ପ୍ରଥମ ଦିନରେ ରାଷ୍ଟ୍ରପତି ନିର୍ବାଚନ ଥିବାରୁ ସବୁ ଦଳର ସାଂସଦମାନଙ୍କୁ ଦଳ ତରଫରୁ ବାର୍ତ୍ତା ଦିଆଯାଉଛି । ଆସନ୍ତକାଲି କେନ୍ଦ୍ର ସରକାରଙ୍କ ପକ୍ଷରୁ ସର୍ବ ଦଳୀୟ ବୈଠକ ଡକାଯାଇଥିବା ବେଳେ ଆଜି ଲୋକସଭା ବାଚସ୍ପତି ଓମ ବିର୍ଲା ଲୋକସଭା ସଂସଦୀୟ ଦଳ ନେତାଙ୍କ ବୈଠକ ଡାକିଛନ୍ତି । ଗୃହ କିପରି ସୁରୁଖୁରୁରେ ଚାଲିବ ସେନେଇ ଆଲୋଚନା କରିବେ ବାଚସ୍ପତି ।
Download Argus News App
