ଏହି ପବିତ୍ର ଗୃହ ଅନେକ ଐତିହାସିକ ନିଷ୍ପତ୍ତିର ସାକ୍ଷୀ ପାଲଟିବା ସହିତ ସମସ୍ତ ସାଂସଦ ମାନଙ୍କୁ ଅନେକ କିଛି କରିବାକୁ ପ୍ରେରଣା ଯୋଗାଇଥିବା ପିଏମ କହିଛନ୍ତି। ସଂସଦୀୟ ପ୍ରକ୍ରିୟାକୁ ନୂତନ ଗୃହକୁ ସ୍ଥାନାନ୍ତର କରିବା ଉପରେ ଚର୍ଚ୍ଚା କରି ପ୍ରଧାନମନ୍ତ୍ରୀ କହିଛନ୍ତି ଯେ ଏହା ଅତୀତ ସହିତ ଭବିଷ୍ୟତର ସଂଯୋଗର କରେ। ସାଂସଦ ମାନେ ନୂଆ ଆଶା ଓ ଉଦ୍ଦୀପନା ସହ ନୂଆ ସଂସଦ ଭବନକୁ ପ୍ରବେଶ କରନ୍ତୁ ବୋଲି ଆଶା ରଖିଛନ୍ତି। ସେଣ୍ଟ୍ରାଲ ଭିଷ୍ଟା ପ୍ରୋଜେକ୍ଟ ଅନ୍ତର୍ଗତ ୬୪ ହଜାର ୫୦୦ ସ୍କ୍ବାୟାର ମିଟର ଅଞ୍ଚଳରେ ନିର୍ମାଣ ହୋଇଛି ଏହି ନୂଆ ସଂସଦ କମ୍ପ୍ଲେକ୍ସ। 2020 ମହିସାରେ ସଂସଦ ଭବନ ପାଇଁ ଶିଳାନ୍ୟାସ କରିଥିଲେ ପିଏମ୍। 28ମେ 2023ରେ ନୂଆ ସଂସଦ ଭବନର ଉଦଘାଟନ କରିବା ସହ ପବିତ୍ର ରାଜଦଣ୍ଡ ପ୍ରତିଷ୍ଠା କରିଥିଲେ ପିଏମ ମୋଦି।
ଅଧିକ ପଢ଼ନ୍ତୁ ଦେଶ ଖବର: