ତେବେ ଏହି ଜାମିନ ଆବେଦନର ଶୁଣାଣୀ ବେଳେ ଅର୍ପିତା ଭୋ ଭୋ ହୋଇ କାନ୍ଦିବାର ଦେଖିବାକୁ ମିଳିଥିଲା । ସେ ବିଚାରପତିଙ୍କୁ କହିଥିଲେ ଯେ ତାଙ୍କ ଫ୍ଲାଟରେ ଏତେ ଟଙ୍କା କେଉଁଠାରୁ ଆସିଲା ସେ ବିଷୟରେ ସେ ଆଦୌ ଜାଣନ୍ତି ନାହିଁ । ତେବେ ପାର୍ଥ ଚାଟାର୍ଜୀ ମଧ୍ୟ ଏକ ସତ୍ୟପାଠ ଦାଖଲ କରି କହିଛନ୍ତି ଯେ ତାଙ୍କୁ କେହି ଷଡଯନ୍ତ୍ର କରି ଏହି ମାମଲାରେ ଫସାଇଛି । ତାଙ୍କ ବିରୁଦ୍ଧରେ ରାଜନୈତିକ ଷଡଯନ୍ତ୍ର ହୋଇଛି । ସେ କହିଛନ୍ତି ଯେ ମନ୍ତ୍ରୀ ହେବା ପୂ୍ର୍ବରୁ ସେ ବିରୋଧୀ ଦଳର ନେତା ମଧ୍ୟ ଥିଲେ । ଇଡି ମୋ ଘରେ 24 ଘଂଟା ଧରି ରେଡ କଲା । ହେଲେ କିଛି ପାଇ ନ ଥିଲା । ତେଣୁ ମୋତେ ଜାମିନ ଦିଆଯାଉ ଯଦ୍ବାରା ମୁଁ ଶାନ୍ତିରେ ବଂଚି ପାରିବି ।
ପାର୍ଥ ଆହୁରି କହିଛନ୍ତି ଯେ ସେ ବର୍ତ୍ତମାନ ଯାଏ ସବୁବେଳେ ଇଡିକୁ ଜାଂଚରେ ସହଯୋଗ କରି ଆସିଛନ୍ତି । ଆଗାମୀ ଦିନରେ ମଧ୍ୟ କରିବେ । ସେ କହିଛନ୍ତି ଯେ ମୁଁ ନିଜେ ଆଇନର ଛାତ୍ର । ମୋତେ ସ୍କଲାରଶିପ ମଧ୍ୟ ମିଳି ସାରିଛି । ତେଣୁ ମୁଁ ଦୁର୍ନୀତି କିପରି କରିବି ବୋଲି ସେ ପ୍ରଶ୍ନ କରିଛନ୍ତି । ମୁଁ ଟଙ୍କାଟିଏ ହେଲେ ଖାଇ ନାହିଁ, ତେଣୁ ମୋତେ ଜାମିନ ଦିଆଯାଉ ବୋଲି ସେ କହିଛନ୍ତି ।
ତେବେ ପ୍ରବର୍ତନ ନିର୍ଦେଶାଳୟ କୋର୍ଟରେ ଜାମିନ ଆବେଦନକୁ ବିରୋଧ କରି କହିଛି ଯେ ପାର୍ଥ ଚାଟାର୍ଜୀ ଏହି ମାମଲାରେ ଜାଞ୍ଚରେ ଆଦୌ ସହଯୋଗ କରୁ ନାହାନ୍ତି । ଏହା ଏକ ବଡ ଦୁର୍ନୀତି ଓ ଏଥିରେ ଅନେକ ଜିନିଷର ରହସ୍ୟୋଦଘାଟନ ହେବାକୁ ବାକି ରହିଛି । ତେଣୁ ଜାମିନ ଆଦୌ ଦିଆଯିବା ଉଚିତ ନୁହେଁ । ଏମାନଙ୍କୁ ଜାମିନ ପ୍ରଦାନ କଲେ ସାକ୍ଷୀ ଓ ପ୍ରମାଣ ଉପରେ ପ୍ରଭାବ ପଡିବ ବୋଲି ଇଡି କୋର୍ଟରେ କହିଛି ।
ଗତ ଜୁଲାଇ ମାସ 23 ତାରିଖ ଓ 28 ତାରିଖ ଦିନ ଇଡି ପକ୍ଷରୁ ଅର୍ପିତାଙ୍କୁ ଦୁଇଟି ଫ୍ଲାଟ ଉପରେ ଚଢାଉ କରାଯାଇଥିଲା । ଏହି ଚଢାଉ ବେଳେ ଇଡି 49 କୋଟି ଟଙ୍କାର ନଗଦ ଜବତ କରିଥିଲା। ଅନ୍ୟ ପକ୍ଷରେ ଇଡି ସୁତ୍ରରୁ ପ୍ରକାଶ ଯେ ଅର୍ପିତା ପଚରା ଉଚୁରା ବେଳେ କହିଛନ୍ତି ଯେ ସବୁ ପଇସା ପାର୍ଥ ଚାଟାର୍ଜୀଙ୍କର , ଏ ସମ୍ପର୍କରେ ତାଙ୍କୁ କିଛି ଜଣା ନାହିଁ।
ଭାରତ ଖବର ଆହୁରି ପଢ଼ନ୍ତୁ ।