ଦିନେ ଟିଏମସି ତଥା ମମତାଙ୍କ ଟାଣୁଆ ନେତା ରହିଆସିଥିବା ପାର୍ଥ ପୂର୍ବରୁ ଶିକ୍ଷାମନ୍ତ୍ରୀ ଥାଇ କରିଥିଲେ ମହା ଦୁର୍ନିତୀ । ଲୁଟିଥୀଲେ କୋଟିକୋଟି ଟଙ୍କା । ଜେଉଁଥିରେ ତାଙ୍କର କ୍ରାଇମ ପାର୍ଟନର ଥିଲେ ମଡେଲ ଅଭିନେତ୍ରୀ ଅର୍ପିତା ମୁଖାର୍ଜୀ । ଶନିବାର ଇଡି ଦ୍ବାରା ଗିରଫ ହେବା ପରେ ସେ ଅସୁସ୍ଥ ଅନୁଭବ କରିଥିବାର କହିଥିଲେ । ସ୍ଥାନୀଯ କୋର୍ଟ ନିର୍ଦେଶ ପରେ କୋଲକାତାର ଏସଏସକେଏମ ହସ୍ଟିଟାଲରେ ତାଙ୍କୁ ଭର୍ତ୍ତି କରାଜାଇଥିଲା । ମାତ୍ର ଇଡିର ପ୍ରତିବାଦ ପରେ ଭୁବନେଶ୍ବର ଏମସକୁ ସ୍ଥାନନ୍ତର ପାଇଁ ନିର୍ଦେଶ ଦେଇଥିଲେ କୋଲକାତା ହାଇକୋର୍ଟ ।

ଅର୍ଗସ ବ୍ୟୁରୋ : ଧରାପଡିଗଲା ମମତାଙ୍କ ମନ୍ତ୍ରୀ ପାର୍ଥଙ୍କ ମିଛ । ଶିକ୍ଷକ ନିଯୁକ୍ତି ଘୋଟଲାରେ ଫସିଥିବା ମମତାଙ୍କ ମନ୍ତ୍ରୀ ପାର୍ଥ ଚାଟାର୍ଜୀ ଇଡି ଦ୍ବାର ଗିରଫ ହୋଇଥିଲେ । ତେବେ ଅସୁସ୍ଥ ଥିବାରୁ ତାଙ୍କର ସ୍ବାସ୍ଥ୍ୟବସ୍ଥାର ଯାଞ୍ଚ ପାଇଁ ଭୁବନେଶ୍ୱର ଏମ୍ସରେ ଚିକିତ୍ସା କରିବାକୁ ନିର୍ଦ୍ଦେଶ ଦେଇଥିଲେ କୋଲକାତା ହାଇକୋର୍ଟ। ସକାଳୁ ପାର୍ଥ ଚଟାର୍ଜୀଙ୍କୁ ଏୟାର ଆମ୍ବୁଲାନ୍ସ ଜରିଆରେ ଭୁବନେଶ୍ବର ଅଣାଯିବା ପରେ ତାଙ୍କୁ ଏମସରେ ଭର୍ତ୍ତି କରାଜାଇଥିଲା । ପୂର୍ବରୁ ଇଡି ସ୍କାନରରେ ରହିଆସିଥିବା ପାର୍ଥ ନିଜର କ୍ଷମତା ଓ ପ୍ରଭାବ ବଳରେ ବାରମ୍ବାର ସ୍ବାସ୍ଥ୍ୟ ଖରାପ ବାହାନ କରି ସ୍ଥାନୀଯ ମେଡିକାଲରେ ରହି ଇଡିର ଜେରାକୁ ଏଡାଇ ଆସିଛନ୍ତି । ତେଣୁ ଏଥର ଯେମିତି ସେ ଏପରି ନକରି ପାରନ୍ତି ତାହାକୁ ନଜର ରେ ରଖି କେଲକାତା ହାଇକୋର୍ଟ ତାଙ୍କୁ ଭୁବନେଶ୍ବର ଏମସକୁ ପଠାଇବା ପାଇଁ ନିର୍ଦେଶ ଦେଈଥିଲେ । ତେବେ ପାର୍ଥଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ବର୍ତ୍ମାନ ପଦାରେ ପଡିଛି ତାଙ୍କ ବାହାନା । ତାଙ୍କର ସ୍ବାସ୍ଥ୍ୟବସ୍ଥା କିଛି ଖରାପ ନାହିଁ ବୋଲି ଜଣାପଡଛି ।
