ପାକିସ୍ତାନ ରାଜନୀତିକୁ ବି ବେଶ ପ୍ରଭାବିତ କରିଥିଲେ ମୁଶରଫ୍ । 1998ରେ ପାକିସ୍ତାନର ସେନା ମୁଖ୍ୟ ହେବାପରେ ଆଖିପଡ଼ିଥିଲେ ଦେଶର ସର୍ବୋଚ୍ଚ ଆସନ ଉପରେ । 1999ରୁ 2008 ଯାଏ ପାକିସ୍ତାନର ଶାସନ ଭାର ସମ୍ଭାଳିଥିଲେ ସେ। ପାକ୍ ସରକାରକୁ ବେଦଖଲ କରି ବନ୍ଧୁକ ବଳରେ ସତ୍ତା ଅକ୍ତିଆର କରିଥିଲେ। 1999ରେ ସେନାମୁଖ୍ୟ ମୁସରଫ ନିଜକୁ ପାକିସ୍ତାନର ରାଷ୍ଟ୍ରପତି ଘୋଷଣା କରିଥିଲେ ।
ଦିଲ୍ଲୀରେ 11 ଅଗଷ୍ଟ 1943ରେ ସେ ଜନ୍ମ ହୋଇଥିବା ମୁଶରଫ୍ 1947ରେ ଦେଶ ବିଭାଜନ ବେଳେ ତାଙ୍କ ପରିବାର ପାକିସ୍ତାନ ଚାଲିଯାଇଥିଲେ । ପାକିସ୍ତାନର ଶାସନ ଭାର ସମ୍ଭାଳିଥିବା ଏହି ନେତାଙ୍କୁ ପାକିସ୍ତାନ କୋର୍ଟ ଶୁଣାଇଥିଲେ ମୃତ୍ୟୁଦଣ୍ଡାଦେଶ । 2007ରେ ପାକିସ୍ତାନରେ ଏମରଜେନ୍ସି ଲାଗୁ କରିବା କାରଣରୁ ତାଙ୍କ ରାଜନୈତିକ ଜୀବନର ଅବସାନ ଘଟିବା ସହ ପାକିସ୍ତାନ ଏବଂ ପାକିସ୍ତାନୀଙ୍କ ପାଇଁ ସାଜିଥିଲେ ଅପରାଧୀ। 2013ରେ ଏଥିପାଇଁ ତାଙ୍କ ବିରୋଧରେ ଦେଶଦ୍ରୋହ ମାମଲା ମଧ୍ୟ ରୁଜୁ ହୋଇଥିଲା ।