ଧୁଲା ଥାନା ପୋଲିସ କହିଛି ଯେ ପଠାଣ ଫିଲ୍ମର ବିବାଦୀୟ ଗୀତ ବେଶରମ ରଙ୍ଗ ଓ ଦୀପିକା ପାଦୁକନଙ୍କର ଗେରୁଆ ବିକନୀକୁ ବଜରଙ୍ଗ ଦଳ ଓ ଅନ୍ୟ ହିନ୍ଦୁ ସଂଗଠନ ମାନେ ଆପତ୍ତି ବ୍ୟକ୍ତ କରିଥିଲେ । ସେମାନେ ଏହି ଫିଲ୍ମକୁ ବିରୋଧ ମଧ୍ୟ କରିଥିଲେ । ତେବେ ଇସଲାମ ପଠାନ ଫିଲ୍ମକୁ ବିରୋଧ କରିଥିବା ହିନ୍ଦୁ ସଂଗଠନ ମାନଙ୍କର ବିରୁଦ୍ଧରେ ବିଷ ଓଗାଳିଥିଲା ।
ସ୍ଥାନୀୟ ଏସପି ପ୍ରଶାନ୍ତ ସାଇକିଆ କହିଛନ୍ତି ଯେ ଇସଲାମ ପଠାଣ ଫିଲ୍ମର ପାଖାପାଖି 120ଟି ଟିକେଟ କିଣିଥିଲା । ଏବା ପରେ ସେ ଉତ୍ତେଜନା ସୃଷ୍ଟିକାରୀ କଥା ମାନ କହି ଲୋକ ମାନଙ୍କୁ ଚ୍ୟାଲେଂଜ କରିବା ଆରମ୍ଭ କରି ଦେଲା । ଏହା ଫଳରେ ସେଠାରେ ଅପ୍ରୀତିକର ପରିସ୍ଥିତି ଉତ୍ପନ୍ନ ହେବା ଓ ସାଂପ୍ରଦାୟିକ ସୌହାର୍ଦ ବିଗିଡିବାର ଆଶଙ୍କା ଦେଖା ଯାଇଥିଲା । ତେଣୁ ପୋଲିସ ତାକୁ ଅଟକ ରଖିଥିଲା ।
ସେ ଆହୁରି କହିଛନ୍ତି ଯେ ନର୍ଥ ଇଷ୍ଟ ମାଇନରିଟି ଷ୍ଟୁଡେଂଟ୍ସ ୟୁନିୟନର ନେତା ମୋଫିଦୁଲ ଇସଲାମ ବିରୁଦ୍ଧରେ ଆଇପିସିର ଧାରା 107 ଅନୁସାରେ ମାମଲା ରୁଜୁ କରାଯାଇଛି । ତା ବିରୁଦ୍ଧରେ କିଛି ଗୁରୁତର ଅଭିଯୋଗ ନ ଥିବା କାରଣରୁ ତାକୁ ପରେ ଛାଡି ଦିଆଯାଇଛି । ହେଲେ ପୋଲିସ ପକ୍ଷରୁ ତା ଉପରେ ନଜର ରଖା ଯାଉଛି ।
ଅନ୍ୟ ପକ୍ଷରେ ସୋସିଆଲ ମିଡିଆରେ ଇସଲାମର ଭିଡିଓ ଭାଇରାଲ ହେବାରେ ଲାଗିଛି । ଏଥିରେ ସେ ଟିକେଟକୁ ମାଳା ଭାବେ ବ୍ୟବହାର କରି ତା ବେକରେ ପିନ୍ଧିଛି । ଏହା ସହିତ ସେ ଅଲଗା ଅଲଗା ଏଙ୍ଗେଲରେ ଫଟୋ କ୍ଲିକ କରାଉଛି । ସେହିପରି ଆସାମରେ ଆଉ ଜଣେ ବ୍ୟକ୍ତି ଫିଲ୍ମର 192ଟି ଟିକେଟ କିଣିଥିବା ଜଣା ପଡିଛି । ସେ ରଂଗିଆର ଫାରୁକ ଖାନ ବୋଲି ଜଣା ପଡିଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।