ନୂଆଦିଲ୍ଲୀ: ଏବେ ଟ୍ରେନ୍ରେ ଚା’ ଓ ମିଲ୍ ପାଇଁ ଯାତ୍ରୀମାନଙ୍କୁ ଅଧିକ ଟଙ୍କା ଦେବାକୁ ପଡିବ । ଅର୍ଥାତ୍ ଟ୍ରେନ୍ରେ ଚା ଓ ଭୋଜନ ପାଇଁ ଏବେ ଅଧିକା ଟଙ୍କା ଖର୍ଚ୍ଚ କରିବାକୁ ପଡିବ । ଏହି ବିଷୟ ରେଲଓ୍ୱେ ବୋର୍ଡର ପର୍ଯ୍ୟଟନ ଓ ଖାଇବା-ପିଇବା ବିଭାଗର ନିର୍ଦ୍ଦେଶକଙ୍କ ତରଫରୁ ଏକ ଚିଠି ମଧ୍ୟ ଜାରୀ କରାଯାଇଛି ।
ଏହି ଚିଠି ଅନୁସାରେ ରାଜଧାନୀ, ଶତାଦ୍ଧୀ ଓ ଦୁରନ୍ତୋ ଟ୍ରେନ୍ରେ ଚା ଓ ଭୋଜନ ପାଇଁ ଅଧିକା ଟଙ୍କା ଦେବାକୁ ପଡିବ । ଏଠି କହିରଖୁଛୁ ଯେ, ଏହି ଟ୍ରେନ୍ମାନଙ୍କରେ ଟିକେଟ୍ ନେବା ସମୟରେ ହିଁ ଚା, ମିଲ୍ର ପଇସା ଦେବାକୁ ହେବ । ଏଥିସହିତ ଅନ୍ୟ ଟ୍ରେନ୍ର ଯାତ୍ରୀଙ୍କୁ ମଧ୍ୟ ଏହି ଦରଦାମ୍ର ପ୍ରଭାବ ପଡିବ । ମୁମ୍ବାଇ ମିରର ରିପୋର୍ଟ ଅନୁସାରେ ନୂଆ ମେନ୍ୟୁ ଓ ଶୁଳ୍କ 15 ଦିନ ମଧ୍ୟରେ ଅପଡେଟ ହୋଇଯିବ । ଏବଂ ମାସେ ପରେ ଏହା ଲାଗୁ କରିଦିଆଯିବ ବୋଲି କୁହାଯାଇଛି ।
