ତେବେ କାହାଣୀଟି ହେଉଛି ୨୦୦ ବର୍ଷର ପୁରୁଣା। ଦେଶର ସବୁଠାରୁ ପୁରୁଣା ଗାଁ ହେଉଛି କୁଲଧରା। ଗାଁକୁ ଗଲେ ଯେ କେହି ଡରରେ ଥରିବ। ଚାରିଆଡେ ଭଙ୍ଗା ଘର। କେହି ରହୁ ନାହାନ୍ତି। ମଶାଣି ଭଳି ଭଙ୍ଗା ଜର୍ଜରିତ ଅବସ୍ଥାରେ ଘର ଗୁଡ଼ିକ ପଡ଼ିଛି। କୁହାଯାଏ ଗୋଟିଏ ଅଭିଶାପ ଗାଁକୁ କରିଦେଇଛି ଜନଶୂନ୍ୟ। ତେବେ କଣ ରହିଛି ଏହି ଗାଁର ଅକୁହା କଥା? କାହିଁକି ଏହି ଗାଁ ଏବେ ବି ଖାଁ ଖାଁ? ଲାଗିବ ଯେମିତି ଗାଁରେ ଭୂତପ୍ରେତ ବାସ କରୁଛନ୍ତି। ଆମେ କହିବୁ ଆପଣଙ୍କୁ କୁଲଧରା ଗାଁର ଶୂନଶାନ ସ୍ଵର।
ଭାରତର ରାଜସ୍ଥାନର ଜୈସଲମେର ଜିଲ୍ଲାର କୁଲଧରା ଏକ ପରିତ୍ୟକ୍ତ ଗାଁ। ଏଠାରେ କାହିଁ କେଉଁ କାଳରୁ ପାଲିୱାଲ ବ୍ରାହ୍ମଣମାନେ ରହୁଥିଲେ। ବର୍ଷ ବର୍ଷ ଧରି କୁଲଧାରା ଗାଁ ଜନଶୂନ୍ୟ ଭାବେ ପଡିରହିଛି। କୁଲଧାରାକୁ ନେଇ ରହିଛି ବଡ ବଡ଼ ଐତିହାସିକ କାହାଣୀ। ଇତିହାସ କହେ କୁଲଧରାର ଏହି ନିର୍ଜନତା ପଛରେ ରାଜକୁମାର ଦିୱାନ ସଲିମ ସିଂଙ୍କର ରହିଥିଲା ବଡ଼ ହାତ। ଏଠାକାର ପାଖଆଖ ଲୋକେ କୁହନ୍ତି ଯେ ସଲିମ ସିଂ ଗାଁର ମୁଖ୍ୟ ପୁରୋହିତଙ୍କ ଝିଅ ଉପରେ ଖରାପ ଦୃଷ୍ଟି ପକାଇଥଲେ। ଆଉ ସେ ସେହି ଝିଅକୁ ବିବାହ କରିବା ପାଇଁ ଏକ ପ୍ରକାରର ଜିଦ୍ ଧରି ବସିଥିଲେ ଯାହାକୁ ମାନି ନ ଥିଲେ ପୁରୋହିତ ଆଉ ଗ୍ରାମବାସୀ। ତାପରେ ଆରମ୍ଭ ହୋଇଥିଲା ପାଲିୱାଲ ବ୍ରାହ୍ମଣମାନଙ୍କ ଉପରେ ସଲିମ ସିଂଙ୍କ ଅତ୍ୟାଚାର। ଅତ୍ୟାଚାରକୁ ସହି ନପାରି ୧୫୦୦ ରୁ ଅଧିକ ପରିବାର ସେମାନଙ୍କ ଛାଡିଥିଲେ ଗାଁ। ଏତେ ଲୋକ ରାତାରାତି କେମିତି ଗଲେ କେଉଁଆଡ଼କୁ ଗଲେ। ତାହା ଆଜି ବି ରହସ୍ୟଘେରରେ। ଲାଗିଲା ଯେମିତି ଅନ୍ତର୍ଦ୍ଧାନ ହୋଇଗଲେ। ସତରେ ସେମାନେ ଲୋକ ଥିଲେ କି କଣ ତାହା ଏଯାଏ ଜଣାପଡ଼ିନି। ସେବେଠୁ ଚଢେଇ ଟିଏ ମଧ୍ୟ ସେହି ଗାଁର ସୀମାରେ ପ୍ରବେଶ କରେ ନାହିଁ।
ଅଧିକ ପଢ଼ନ୍ତୁ ଭାରତ ଖବର