ପେଟ୍ରୋଲ୍ ଲିଟର ପିଛା ୮ ଟଙ୍କା ଏକ୍ସସାଇଜ୍ ଡ୍ୟୁଟି ହ୍ରାସ ହୋଇଥିବାବେଳେ ଡିଜେଲ୍ ଲିଟର ପିଛା ୬ ଟଙ୍କା ଏକ୍ସସାଇଜ୍ ଡ୍ୟୁଟି ହ୍ରାସ ହୋଇଛି। ପେଟ୍ରୋଲ୍ ଲିଟର ପିଛା ୯ ଟଙ୍କା ୫୦ ପଇସା ଶସ୍ତା ହେବ। ସେହିପରି ଡିଜେଲ ଲିଟର ପିଛା ୭ ଟଙ୍କା ଶସ୍ତା ହେବ।
ସେପଟେ ଗ୍ୟାସ୍ ସିଲିଣ୍ଡର ପିଛା ୨୦୦ ଟଙ୍କା କମିବ। ରନ୍ଧନ ଗ୍ୟାସ୍ ସିଲିଣ୍ଡର ପିଛା ୨୦୦ ଟଙ୍କା କମିବ। ୧୨ଟି ସିଲିଣ୍ଡର ଯାଏ ୨୦୦ ଟଙ୍କା ସବସିଡି ମିଳିବ। ଉଜ୍ଵଳା ଯୋଜନାରେ୯ କୋଟି ଲାଭାର୍ଥୀ ଉପକୃତ ହେବେ।