ଚଳିତ ବର୍ଷ ଗତ ଜୁଲାଇ ମାସ ୨୨ ତାରିଖ ଦିନ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଟନା ଗସ୍ତରେ ଯାଇଥିଲେ । ବିହାର ବିଧାନସଭାର ଶତାବ୍ଦୀ ବର୍ଷ ସମାରୋହରେ ସାମିଲ ହେବାକୁ ସେ ପାଟନା ଯାଇଥିଲୋ ସେଠାରେ ତାଙ୍କୁ ହତ୍ୟା କରିବାକୁ ଯୋଜନା କରା ଯାଇଥିଲା । ସେତେବେଳେ ରାଜ୍ୟରେ ବିଜେପି ଓ ଜେଡିୟୁର ମେଂଟ ସରକାର ଥିଲା ।
ପ୍ରବର୍ତନ ନିର୍ଦ୍ଦେଶାଳୟ ପିଏଫଆଇର ନେତା ସେଫିକେ ପାଏଥକୁ ପଚରା ଉଚୁରା କରିବା ପରେ ସେ ଏହି ଖୁଲାସା କରିଛି । ଏଥିପାଇଁ ପିଏଫଆଇ ପକ୍ଷରୁ ଏକ ତାଲିମ ଶିବିର ମଧ୍ୟ ଅନୁଷ୍ଠିତ ହୋଇଥିଲା ଓ ଏଥିରେ କିଭଳି ଭାବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟକ୍ରମରେ ହିଂସା କରାଯିବ ସେ ନେଇ ଟ୍ରେନିଂ ଦିଆ ଯାଇଥିଲା । ୨୦୧୩ ମସିହାରେ ପାଟନାଠାରେ ନରେନ୍ଦ୍ର ମୋଦୀଙ୍କ ରାଲୀରେ ଯେଭଳି ହିଂସା କରା ଯାଇଥିଲା, ସେ ଭଳି ହିଂସା କରିବାକୁ ଏହି କ୍ୟାମ୍ପରେ ତାଲିମ ଦିଆ ଯାଇଥିଲା । ୨୦୧୩ ମସିହାରେ ପାଟନାର ଗାନ୍ଧୀ ମୈଦାନ ଠାରେ ତତ୍କାଳୀନ ବିଜେପିର ଷ୍ଟାର ପ୍ରଚାରକ ନରେନ୍ଦ୍ର ମୋଦୀଙ୍କ ରାଲୀ ପୂର୍ବରୁ ସିରିଜ ବୋମା ବିସ୍ଫୋରଣ କରା ଯାଇଥିଲା ।
ଭାରତରେ ଇସଲାମିକ ଆତଙ୍କବାଦର ଫଣ୍ଡିଂ ପାଇଁ ପିଏଫଆଇ ପକ୍ଷରୁ ଗତ କିଛି ବର୍ଷ ଧରି ୧୨୦ କୋଟି ଟଙ୍କା ଏକତ୍ର କରା ଯାଇଥିଲା । ଏହା ମଧ୍ୟରୁ ଅଧିକାଂଶ ଅର୍ଥ କ୍ୟାସ ଥିଲା । ଏହି ଅର୍ଥରେ ସାରା ଦେଶରେ ଆତଙ୍କବାଦୀ ଗତିବିଧି ଗୁଡିକୁ ପରିଚାଳନା କରିବାର ଥିଲା । ଏହି କାମ ପାଇଁ ଯେ କେବଳ ଦେଶର ବିଭିନ୍ନ ରାଜ୍ୟରୁ ଅର୍ଥ ଆସୁ ନ ଥିଲା ବରଂ ବିଦେଶରୁ ମଧ୍ୟ ବିପୁଳ ଅର୍ଥ ଆସୁଥିବା ନେଇ ଇଡି ପକ୍ଷରୁ କୁହାଯାଇଛି ।
ଅନ୍ୟ ପ କ୍ଷରେ କୋଚି ଠାରେ କୋର୍ଟରେ ଏନଆଇଏ ପକ୍ଷରୁ ଦାଖଲ କରା ଯାଇଥିବା ସତ୍ୟପାଠରେ କୁହା ଯାଇଛି ଯେ ଭାରତକୁ ମୁସଲମାନ ଦେଶରେ ପରିଣତ କରିବା ହେଉଛି ପିଏଫଆଇର ଅସଲ ଉଦ୍ଦେଶ୍ୟ । ଏହି ଉଦ୍ଦେଶ୍ୟକୁ ପୂରା କରିବାକୁ ପିଏଫଆଇ ଯୁବକ ମାନଙ୍କୁ ଲଶକର ଓ ଆଇଏସଆଇଏସ ଭଳି ଆତଙ୍କବାଦୀ ସଂଗଠନରେ ସାମିଲ ହେବାକୁ ପ୍ରବର୍ତାଉଥିଲା ।
ଗୁରୁବାର ଦିନ ୧୫ ରାଜ୍ୟର ୯୩ ସ୍ଥାନରେ ଏହି କୁଖ୍ୟାତ ସଂଗଠନ ଉପରେ ଚଢାଉ କରା ଯାଇଥିଲା । ଏଥିରେ ଶହେରୁ ଉର୍ଧ ପିଏଫଆଇ ନେତାଙ୍କୁ ଗିରଫ କରା ଯାଇଛି । ଏହି ଚଢାଉ ବେଳେ ମିଳିଥିବା ଡକ୍ୟୁମେଂଟରେ ସ୍ପଷ୍ଟ ହୋଇଛି ଯେ ଏହି ସଂଗଠନ ଭାରତରେ କ୍ଷମତା ହାସଲ କରିବାକୁ ଚାହୁଁଛି । ୨୦୪୭ ମସିହାରେ ଭାରତ ଯେତେବେଳେ ସ୍ୱାଧୀନତାର ଶହେ ବର୍ଷ ପୂରଣ ହେବ ସେତେବେଳକୁ ଭାରତ ମୁସଲମାନ ଦେଶ ହୋଇ ସାରିଥିବା
ଏଥିରେ ହିନ୍ଦୁ ମାନଙ୍କୁ ଭୀରୁ ବୋଲି କୁହା ଯିବା ସହ କହା ଯାଇଛି ଯେ ଯଦି ଦଶ ପ୍ରତିଶତ ମୁସଲମାନ ପିଏଫଆଇ ସହିତ ଆସନ୍ତି ତେବେ ହିନ୍ଦୁ ମାନଙ୍କୁ ଆଂଠୁ ମାଡିବାକୁ ବାଧ୍ୟ କରିଦେବେ ।