କିନ୍ତୁ ଆପଣ କେବେ ଫ୍ରୀରେ ପିଜା ଖାଇଛନ୍ତି କି ତା ପୁଣି ପ୍ରତିଦିନ। ଆଜ୍ଞା ହଁ, ଆପଣ ଠିକ ଶୁଣିଲେ, ପ୍ରତିଦିନ ପିଜା ତାହା ପୁଣି ଟଙ୍କାଟେବି ଖର୍ଚ୍ଚ ନକରି। ଫ୍ରିରେ ଖାଇବାକୁ କାହାକୁ ବା ଭଲ ନଲାଗେ । ଜଣେ ବୃଦ୍ଧ କିନ୍ତୁ ମନା କରୁଛନ୍ତି। ମୋର କୌଣସି ଫ୍ରିରେ ପିଜା ଖାଇବା ଆବଶ୍ୟକ ନାହିଁ। ଖାଲି ସେତିକି ନୁହେଁ, ପିଜା ନାଁ ଶୁଣିଲେ ବା ଡେଲିଭରି ବୟ ସ୍କୁଟର ସାଉଣ୍ଡ ଶୁଣିଲେ ଭୟରେ ଥରୁଛନ୍ତି ବୃଦ୍ଦ। ହେଲେ କାହିଁକି ? କଣ ହୋଇଛି ଜାଣିବା ପାଇଁ ପୂରା ଘଟଣା ଉପରେ ନଜର ପକାନ୍ତୁ।
ଆମେ ଆପଣଙ୍କୁ କହୁଛୁ ବେଲଜିୟମରେ ଏମିତି ଏକ ଆଶ୍ଚର୍ଯ୍ୟ କଲା ଭଳି କଥା। ଏହି ଘଟଣା ଇଟାଲିର ଏକ ବୟସ୍କ ବ୍ୟକ୍ତିଙ୍କ ପାଇଁ ଏକ ଯନ୍ତ୍ରଣାଦାୟକ ଅନୁଭୂତି ପାଲଟିଛି। ସେ କହିଛନ୍ତି ଯେ, ଗତ ୧୦ବର୍ଷ ଧରି ଦୈନିକ ମୋ ଘରକୁ ପିଜା ଆସୁଛି। ହେଲେ କିଏ ପଠାଉଛି, କଣ ପାଇଁ ପଠାଉଛି, କଣ ପାଇଁ ଅର୍ଥ ଖର୍ଚ୍ଚ କରୁଛି ମୁଁ ଜାଣିପାରୁନାହିଁ।
ବେଲଜିୟମର ଏଣ୍ଟବର୍ପରେ ରହୁଥିବା ଲେଣ୍ଡେଘମ ୨୦୨୦ ମସିହାରୁ ଏହି ଘଟଣାକୁ ନେଇ ଚର୍ଚ୍ଚିତ। ସେ କହିଛନ୍ତି ଯେ, ୨୦୧୯ ମସିହାରେ ଅଚାନକ ମୋ ଘରକୁ ଡେଲିଭରୀ ବୟ ପିଜା ନେଇ ଆସିଥିଲା। ତା ପୂର୍ବରୁ ମଧ୍ୟ ନିୟମିତ ୬ ବର୍ଷ ଧରି ଏହି ଧାରା ଚାଲିଛି। କେତେବେଳେ ଗୋଟେ ପିଜା ତ କେତେବେଳେ ୧୦ରୁ ଅଧିକ। ମୁଁ ଯେତେଥର ଡେଲିଭରୀ ବୟକୁ ବୁଝାଇଲେ ମଧ୍ୟ ସେମାନେ ଶୁଣି ନାହାନ୍ତି, ମୋ ଠିକଣାରେ ପିଜା ଦେଇ ଚାଲିଯାଉଛନ୍ତି। ଏବେ ମୋ ଦୁଆରକୁ ସ୍କୁଟର ଟିଏ ଆସିଲେ ମୁଁ ଭୟ କରୁଛି। କିଏ ପଠାଉଛି, କାହିଁକି ପଠାଉଛି ତାହା ଜାଣିପାରୁନାହିଁ। ଆଉ ଏବେବି ପ୍ରତିଦିନ ପିଜା ଆସିଯାଉଛି।
ଅଧିକ ପଢ଼ନ୍ତୁ ବିଦେଶ ଖବର: