ବିପିନ ରାୱତ ୨୦୨୧ ଡିସେମ୍ବର ୮
ଆକାଶରୁ ଆରପାରିକୁ ଚାଲିଯାଇଥିଲେ ଶତ୍ରୁ ଦେଶରେ ଆତଙ୍କ ରଚୁଥିବା ସର୍ଜିକାଲ ଷ୍ଟ୍ରାଇକର ସିଂହ ସାଜିଥିବା ଜେନେରାଲ ବିପିନ ରାୱତ । ତାମିଲନାଡୁର କୁନ୍ନୁର ଅଞ୍ଚଳରେ ହଠାତ୍ ଆକାଶରୁ ଖସିପଡ଼ିଲା ଭାରତୀୟ ବାୟୁସେନାର ଅତ୍ୟାଧୁନିକ ହଲିକପ୍ଟର ଏମଆଇ ସେଭେଂଟିନ୍-ଭି-ଫାଇଭ୍ । ଜଙ୍ଗଲର ନିଆଁ ଭଳି ମାତ୍ର କେଇ ମିନିଟ ଭିତରେ ଏହି ଦୁର୍ଘଟଣାର ଖବର ସାରା ଦେଶରେ ବ୍ୟାପିଗଲା ।
ଡର୍ଜି ଖଣ୍ଡୁ, ୨୦୧୧
୨୦୧୧ ମସିହାରେ ଏକ ବିମାନ ଦୁର୍ଘଟଣାରେ ଆଖିବୁଜିଥିଲେ ଅରୁଣାଚଳ ପ୍ରଦେଶର ମୁଖ୍ୟମନ୍ତ୍ରୀ ଡର୍ଜି ଖଣ୍ଡୁ । ପାଞ୍ଚ ଦିନ ଖୋଜା ଖୋଜି ପରେ ଏହି ଧ୍ୱଂସାବଶେଷ ମେ ୪ ରେ ମିଳିଥିଲା । ସେ ହେଉଛନ୍ତି ଦ୍ୱିତୀୟ ମୁଖ୍ୟମନ୍ତ୍ରୀ ଯିଏକି ବିମାନ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।
ୱାଇଏସ ରାଜାସେଖରା ରେଡ୍ଡୀ, ୨୦୦୯
୨୦୦୯ ସେପ୍ଟେମ୍ବର ୨ ରେ ଆଖିବୁଜିଥିଲେ ତତ୍କାଳୀନ ଆନ୍ଧ୍ରପ୍ରଦେଶର ମୁଖ୍ୟମନ୍ତ୍ରୀ ଣଝ ରାଜାସେଖରା । ବେଲ ୪୩୦ ହେଲିକପ୍ଟରରେ ଯାତ୍ରା କରୁଥିଲେ ରାଜାସେଖରା । ଖରାପ ପାଗ ଯୋଗୁ ନାଲାମାଲ ଜଙ୍ଗଲରେ ବିମାନଟି ଖସି ପଡିଥିଲା ।
ଓପି ଜିନ୍ଦଲ, ସୁରେନ୍ଦର ସିଂ ୨୦୦୫
ଓପି ଜିନ୍ଦଲ ହରିୟାଣାର ଜଣେ ବିଶିଷ୍ଟ ଶିଳ୍ପପତି ତଥା ଶକ୍ତି ମନ୍ତ୍ରୀ ଥିଲେ । କୃଷି ପୋର୍ଟଫୋଲିଓ ଧରିଥିବା ସୁରେନ୍ଦର ସିଂ ତାଙ୍କର ମନ୍ତ୍ରୀ ସହକର୍ମୀ ଥିଲେ । ମାର୍ଚ୍ଚ ୨୦୦୫ ରେ ଉତ୍ତରପ୍ରଦେଶର ସାହାରନପୁର ନିକଟରେ ପଡିଆରେ ଏକ ରାଜନୈତିକ ସଭାରେ ଯୋଗଦେବାକୁ ଯାଇଥିଲେ । ସେଠାରୁ ସେ ତାଙ୍କର କିଙ୍ଗ୍ କୋବ୍ରା ହେଲିକପ୍ଟରରେ ଦିଲ୍ଲୀରୁ ଚଣ୍ଡିଗଡ଼ ଅଭିମୁଖେ ଯାତ୍ରା କରୁଥିବାବେଳେ ଜିନ୍ଦଲ ଏବଂ ସିଂଙ୍କର ଦେହାନ୍ତ ହୋଇଥିଲା ।
କେ.ଏସ୍ ସୌମ୍ୟା, ୨୦୦୪
ଲୋକପ୍ରିୟ ଚଳଚ୍ଚିତ୍ର ଅଭିନେତା କେ.ଏସ୍ ସୋମିଆ ଏପ୍ରିଲ ୧୭, ୨୦୦୪ ରେ ଏକ ବିମାନ ଦୁର୍ଘଟଣାରେ ଆଖି ବୁଜିଥିଲେ । ଏକ ନିର୍ବାଚନ ପ୍ରଚାରରେ ସାମିଲ ହେବାକୁ ବେଙ୍ଗାଲୁରୁରୁ କରିମନଗର ଅଭିମୁଖେ ଯାତ୍ରା କରୁଥିଲେ । ସୌନ୍ଦରୟା ନାମରେ ସେ ବେଶ ପରିଚିତ ଥିଲେ । ଅନେକ ତେଲୁଗୁ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ ଏବଂ କନ୍ନଡ, ତାମିଲ, ମାଲାୟାଲମ୍ ଏବଂ ହିନ୍ଦୀ ଚଳଚ୍ଚିତ୍ରରେ ମଧ୍ୟ ଅଭିନୟ କରିଥିଲେ । ବିମାନ ଦୁର୍ଘଟଣାରେ ସେ ଏବଂ ତାଙ୍କ ଭାଇଙ୍କର ମୃତ୍ୟୁ ହୋଇଥିଲା ।
ଜେଏମସି ବାଲାୟୋଗୀ, ୨୦୦୨
ଜେଏମସି ବାଲାୟୋଗୀ ଲୋକସଭାର ଦ୍ୱାଦଶ ବାଚସ୍ପତି ଭାବରେ କାର୍ଯ୍ୟ କରୁଥିବାବେଳେ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ଘଟିଥିଲା । ମାର୍ଚ୍ଚ ୩, ୨୦୦୨ ରେ ଆନ୍ଧ୍ରପ୍ରଦେଶର କୃଷ୍ଣ ଜିଲ୍ଲାରେ ବେଲ ୨୦୬ ହେଲିକପ୍ଟରରେ ଯାତ୍ରା କରୁଥିବା ହଠାତ୍ ବିମା ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଆଉ ଆଖିବୁଜିଥିଲେ ଜେଏମସି ବାଲାୟୋଗୀ ।
ମାଧବରାଓ ସିନ୍ଦିଆ, ୨୦୦୧
ପୂର୍ବତନ ରେଳମନ୍ତ୍ରୀ ମାଧବରାଓ ସିନ୍ଧିଆ ଦିଲ୍ଲୀରୁ ଉତ୍ତରପ୍ରଦେଶର କାନପୁର ଅଭିମୁଖେ ଯାଉଥିଲେ । ଯେଉଁଠାରେ ସେ ଏକ ଜନ ସମାବେଶକୁ ସମ୍ବୋଧିତ କରିବାର କାର୍ଯ୍ୟକ୍ରମ ଥିଲା । ୮ ଜଣଙ୍କୁ ନେଇ ଏକ ୧୦ ସିଟ୍ ବିଶିଷ୍ଟ ବ୍ୟକ୍ତିଗତ ବିମାନ ଉଡାଣ ଭରି ଥିଲା । ହଠାତ ବିମାନରେ ନିଆଁ ଲାଗି ଯାଇ ଉତ୍ତରପ୍ରଦେଶର ମଣିପୁରୀ ବାହାରେ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଖରାପ ପାଗ ଏବଂ କ୍ଲାଉଡ୍ ବର୍ଷ୍ଟ ଦୁର୍ଘଟଣାର କାରଣ ବୋଲି ଦର୍ଶାଯାଇଥିଲା ।
ସଞ୍ଜୟ ଗାନ୍ଧୀ, ୧୯୮୦
ଭାରତୀୟ ରାଜନୀତିରେ ଯୁବ ଚେହେରାଙ୍କ କଥା ଉଠିଲେ ସଞ୍ଜୟ ଗାନ୍ଧୀଙ୍କ ନାଁ ଆଗକୁ ଆସେ । ଦେଶରେ ଜରୁରୀକାଳୀନ ପରିସ୍ଥିତି ହେଉ କି ଯୁବ ନେତୃତ୍ୱଙ୍କୁ ଅଧିକାର ଦେବା କଥା ହେଉ, ସବୁଠି ଥିଲା ସଞ୍ଜୟଙ୍କ ପ୍ରଭାବ । ହେଲେ ୧୯୮୦ ମସିହା ଜୁନ ୨୩ ତାରିଖରେ ବିମାନ ଚଲାଉଥିବା ସମୟରେ ଦୁର୍ଘଟଣାରେ ପ୍ରାଣ ହରାଇଥିଲେ ।
ସୁରେନ୍ଦ୍ର ମୋହନ କୁମାରାମଙ୍ଗଲମ୍, ୧୯୭୩
ପୂର୍ବତନ ଲୋକସଭା ସାଂସଦ ସୁରେନ୍ଦ୍ର ମୋହନ କୁମାରାମଙ୍ଗଲମ । ମେ ୩୧, ୧୯୭୩ ରେ ଦିଲ୍ଲୀରେ ଇଣ୍ଡିଆନ ଏୟାରଲାଇନ୍ସର ୪୪୦ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପାର୍କର କଲମରୁ ଏବଂ ତାଙ୍କ ଶ୍ରବଣ ଯନ୍ତ୍ରରୁ ତାଙ୍କ ମୃତଦେହ ଚିହ୍ନଟ କରାଯାଇଥିଲା ।
ପୁଞ୍ଚ ଏୟାର କ୍ରାସ୍
ନଭେମ୍ବର ୨୩, ୧୯୬୩
ଲେଫ୍ଟନାଣ୍ଟ ଜେନେରାଲ ବିକ୍ରମ ସିଂ, ଲେଫ୍ଟ ଜେନେରାଲ ଦୌଲତ ସିଂ ଏବଂ ଏୟାର ଭାଇସ ମାର୍ଶଲ ଇଡବ୍ଲୁ ପିଣ୍ଟୋଙ୍କ ସମେତ ଭାରତୀୟ ସଶସ୍ତ୍ର ବାହିନୀର ୬ ଜଣ ଅଧିକାରୀଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ପୁଞ୍ଚ ଏୟାର କ୍ରାସ୍ ନାମରେ ଜଣାଶୁଣା । ଅଧିକାରୀମାନେ ଏକ ନୂତନ ୱାଟର ହେଡ୍ ଯାଞ୍ଚ କରିବାକୁ ଯାଉଥିଲେ, ଯେତେବେଳେ ସେ ଯାଉଥିବା ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା ।