ଏଠି ଆମେ କହିଦେଉଛୁ ଯେ ପ୍ଲାଷ୍ଟିକ୍ ଚା' ଛଣା ରୋଗର ଗନ୍ତାଘର। ଯାହା ଆପଣଙ୍କ ଜୀବନ ପ୍ରିତି ବିପଦ ସୃଷ୍ଟି କରୁଛି। ଡ. ଭୁମେଶ ତ୍ୟାଗୀଙ୍କ କହିବାନୁଯାୟୀ, କୌଣସି ବି ଗରମ ଖାଦ୍ୟ ପଦାର୍ଥ କିମ୍ବା ପାନୀୟ ଜଳ ପ୍ଲାଷ୍ଟିକ୍ ସଂସ୍ପର୍ଶରେ ଆସିଲେ ତାହା ଆମ ଶରୀର ପାଇଁ ବହୁ ସାଙ୍ଘାତିକ ପ୍ରମାଣିତ ହୋଇଥାଏ। କେବଳ ଚା' ଛଣା ନୁହେଁ ପ୍ଲାଷ୍ଟିକ୍ ର କପ୍ , ପ୍ଲେଟ୍ ଏବଂ ଚାମଚ ମଧ୍ୟ ଖାଦ୍ୟ ପଦାର୍ଥକୁ ବିଷାକ୍ତ କରିଦେଇଥାଏ। ବେଳେବେଳେ ଅନେକ ଥର ଚା' ଛଣା କୁ ରିସାଇକଲ୍ଡ ପ୍ଲାଷ୍ଟିକ ରୁ ପ୍ରସ୍ତୁତ କରାଯାଇଥାଏ। ଆପଣ ଏଥିରୁ ଚା' ଛଣିବା ମାତ୍ରେ ଏଥିରେ ଥିବା ବିଷାକ୍ତ ରାସାୟନିକ ପଦାର୍ଥ ଆପଣଙ୍କ କପ୍ ଏବଂ କ୍ୟାଟେଲ କୁ ଚାଲି ଯାଇଥାଏ। ଯାହା ଗୁରୁତର ରୋଗ ର କାରଣ ପାଲଟିଥାଏ। ପ୍ଲାଷ୍ଟିକ୍ ର ଚା' ଛଣା ବାରମ୍ବାର ବ୍ୟବାହର କରିବା ଦ୍ୱାରା କପ୍ ରେ ହଜାର ହଜାର ମାଇକ୍ରୋପ୍ଲାଷ୍ଟିକ୍ ସୃଷ୍ଟି ହେବାରେ ଲାଗିଥାନ୍ତି । ଆମ ମଧ୍ୟରୁ ଅନେକ ଲୋକ ବଜାରକୁ ଯାଇ ପ୍ଲାଷ୍ଟିକ୍ ଜରିରେ ଚା' ଧରି ଆଣି ଘରେ କିମ୍ବା ଅଫିସ୍ ରେ ପିଇଥାନ୍ତି। ଯାହା ଆପଣଙ୍କ ସ୍ୱାସ୍ଥ୍ୟକୁ ସମ୍ପୂର୍ଣ୍ଣ ବିଗାଡି ଦେଇଥାଏ।
କର୍କଟ ରୋଗର ଆଶଙ୍କା ସୃଷ୍ଟି କରେ ପ୍ଲାଷ୍ଟିକ୍ ଚା' ଛଣା
ପ୍ଲାଷ୍ଟିକ୍ ରେ ମେଟ୍ରୋସେମିନ୍ ଏବଂ ବିସ୍ଫିନାଲ ପରି କ୍ଷତିକାରକ ରାସାୟନିକ ପଦାର୍ଥ ମିଳିଥାଏ। ଯାହା ଆମ ଶରୀରରେ କର୍କଟ ରୋଗ ବିସ୍ତାର କରିବାର କାମ କରିଥାଏ।
ଗର୍ଭବତୀଙ୍କ ପାଇଁ ବିପଦ ପ୍ଲାଷ୍ଟିକ୍ ଚା' ଛଣା
ଭୁଲ୍ ରେ ବି ଗର୍ଭବତୀ ମହିଳାକୁ ପ୍ଲାଷ୍ଟିକ ଚା' ଛଣା ଚା' ପିଇବାକୁ ଦିଅନ୍ତୁ ନାର୍ହି। କାରଣ ଏହା ତାଙ୍କର ଗର୍ଭରେ ବଢୁଥିବା ଶିଶୁକୁ ମାଇକ୍ରୋପ୍ଲାଷ୍ଟିକ୍ ପହଞ୍ଚାଇପାରେ। ଯାହା ଶିଶୁର ସ୍ୱାସ୍ଥ୍ୟ ପାଇଁ ବିପଦ ସୃଷ୍ଟି କରିଥାଏ।
କିଡ୍ନି ଉଉପରେ ପକାଇଥାଏ ପ୍ରଭାବ
ଅନେକ ଗବେଷଣା ପରେ ଏହା ପ୍ରମାଣିତ ହୋଇଛି ଯେ, ପ୍ଲାଷ୍ଟିକ୍ ସମ୍ପର୍କ ରେ ଆସିଥିବା ପାନୀୟ ପିଇବା ଦ୍ୱାରା କିଡନୀ କ୍ଷତିଗ୍ରସ୍ତ ହୋଇଥାଏ। କାରଣ ଏହା କିଡନୀ ଫିଲ୍ଟର ପ୍ରକ୍ରିୟାକୁ ପ୍ରଭାବିତ କରିଥାଏ |
ପାଚନ ପ୍ରକ୍ରୀୟାରେ ବିପଦ ସୃଷ୍ଟି କରେ ପ୍ଲାଷ୍ଟିକ୍ ଚା' ଛଣା
ପ୍ଲାଷ୍ଟିକ୍ ଚା' ଛଣାରୁ ବାହାରି ଥିବା ମାଇକ୍ରୋପ୍ଲାଷ୍ଟିକ୍ ଆମର ଅନ୍ତନଳୀଗୁଡିକର ସ୍ୱାସ୍ଥ୍ୟକୁ ଖରାପ କରିଥାଏ। ଯାହାଦ୍ୱାରା ଆମର ପାଚନ ତନ୍ତ୍ର ଖରାପ ହୋଇଥାଏ।
ମସ୍ତିସ୍କ ଉପରେ ପ୍ରଭାବ ପକାଇଥାଏ ପ୍ଲାଷ୍ଟିକ୍ ଚା' ଛଣା
ପ୍ଲାଷ୍ଟିକରେ ଥିବା ବିପଜ୍ଜନକ ରାସାୟନିକ ପଦାର୍ଥ ଆମ ମସ୍ତିଷ୍କ ଉପରେ ଖରାପ ପ୍ରଭାବ ପକାଇଥାଏ, ଯାହା ସ୍ମୃତି ଶକ୍ତି ଏବଂ ଏକାଗ୍ରତାକୁ ପ୍ରଭାବିତ କରିଥାଏ |
ସତର୍କ ହୁଅନ୍ତୁ ଆଉ ସିଘ୍ର ପ୍ଲାଷ୍ଟିକ ଚା' ଛଣା କୁ ପିଙ୍ଗି ଦିଅନ୍ତୁ। ଏହାର ସ୍ଥାନରେ ଷ୍ଟିଲ୍ ଚା' ଛଣାର ବ୍ୟବହାର କରନ୍ତୁ `। କିଛି ବ୍ୟକ୍ତି ସୁତା କପଡା ମାଧ୍ୟମରେ ଚା' ଛାଣିଥାନ୍ତି ଯାହା ବେସ୍ ସୁରକ୍ଷିତ ମାଧ୍ୟମ ହୋଇଥାଏ।
ଅଧିକ ପଢନ୍ତୁ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଖବର