ତେବେ ଏଭଳି ଏକ ଘଡ଼ିସନ୍ଧି ସମୟରେ ଦେଶର ଏଇ ଲଢ଼େଇରେ ସାମିଲ ହେବା ଲାଗି ଦେଶବାସୀଙ୍କୁ ଆହ୍ବାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।
ଆଜି ପ୍ରଧାନମନ୍ତ୍ରୀଙ୍କ ନାଗରିକ ସହଯୋଗ ଓ ସହାୟତା ଜରୁରୀ ପରିସ୍ଥିତି ପାଣ୍ଠି (Prime Minister’s Citizen Assistance and Relief in Emergency Situations Fund) ବା PM-CARES ପାଣ୍ଠି ଘୋଷଣା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦି। ଜନସାଧାରଣ ଏହି ପାଣ୍ଠିକୁ ଦାନ ଦେଇ କରୋନା ବିରୋଧୀ ଲଢ଼େଇରେ ନିଜର ଯୋଗଦାନ ରଖିବାକୁ ସେ ଆହ୍ବାନ ଦେଇଛନ୍ତି ।
PM-CARES फंड माइक्रो डोनेशन को भी स्वीकार करता है। यह आपदा प्रबंधन क्षमताओं को मजबूत करेगा, साथ ही नागरिकों की सुरक्षा पर रिसर्च को प्रोत्साहित करेगा।
आइए, अपनी भावी पीढ़ियों के लिए हम भारत को स्वस्थ और समृद्ध बनाने में कोई कसर न छोड़ें। pic.twitter.com/CdtKOSCcKs— Narendra Modi (@narendramodi) March 28, 2020
ବିଭିନ୍ନ ବର୍ଗର ଲୋକ କରୋନା ଲଢ଼େଇ ପାଇଁ ସହଯୋଗ କରିବାକୁ ଆଗେଇ ଆସୁଥିବାରୁ ସେମାନଙ୍କ ଆଗ୍ରହକୁ ଦୃଷ୍ଟିରେ ରଖି ଏହି ପାଣ୍ଠି ଗଠନ କରାଯାଇଛି ବୋଲି ଟୁଇଟ୍ କରି ଲେଖିଛନ୍ତି ମୋଦି । ଏକ ସ୍ବସ୍ଥ ଭାରତ ଗଠନରେ ଏହା ଏକ ଦୀର୍ଘସୂତ୍ରୀ ସମାଧାନ ହେବ ବୋଲି ପ୍ରଧାନମନ୍ତ୍ରୀ ଆଶା କରିଛନ୍ତି।