ମହାମାରୀରେ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କୁ ସମେବେଦନା ଜଣାଇଛନ୍ତି ମୋଦି । ଏହାସହ ମୋଦି କହିଛନ୍ତି ଯେ ବିଗତ 100 ବର୍ଷ ମଧ୍ୟରେ ବିଶ୍ୱ ଏଭଳି ମହାମାରୀ ଦେଖି ନ ଥିଲା । ଭାରତୀୟ ସଭ୍ୟତା ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବରେ ବିବେଚନା କରେ । ସେଥିପାଇଁ, #COVID ଟୀକାକରଣ ପାଇଁ ଆମର ଟେକ୍ନୋଲୋଜି ପ୍ଲାଟଫର୍ମ -CoWINକୁ ବିଶ୍ବବାସୀଙ୍କ ସହ ବାଣ୍ଟିବାକୁ ନିଷ୍ପତ୍ତି ନେଇଥିବା କହିଛନ୍ତି ପ୍ରଧାନମନ୍ତ୍ରୀ ।
କରୋନା ବିରୋଧରେ ଚାଲିଥିବା ଲଢେଇରେ ଟେକନୋଲୋଜି ବୃହତ ଭୂମିକା ନିଭାଇଛି । ସଫ୍ଟୱେର ହେଉଛି ଏମିତି ଗୋଟିଏ କ୍ଷେତ୍ର ଯେଉଁଥିରେ କୌଣସି ଉତ୍ସ ପ୍ରତିବନ୍ଧକ ନାହିଁ । ଭାରତରେ ଟିକାକରଣ ରଣନୀତି ଯୋଜନା କରୁଥିବାବେଳେ ଆମେ ସମ୍ପୂର୍ଣ୍ଣ ଡିଜିଟାଲ୍ ଉପାୟ ଅବଲମ୍ବନ କରିବାକୁ ନିଷ୍ପତ୍ତି ନେଇଛୁ। ଏହାଦ୍ୱାରା କୋଭିଡ ଟ୍ରାକିଂ ଓ ଟ୍ରେସିଂ କରାଯାଇପାରିଛି ।
ମହାମାରୀରୁ ସଫଳତରା ସହ ବାହାରିବା ପାଇଁ ଟୀକାକରଣ ହେଉଛି ପ୍ରଥମ ଉପାୟ । ଏଥିପାଇଁ ଦେଶରେ ଟୀକାକରଣକୁ ପ୍ରାଦାନ୍ୟ ଦିଆଯାଉଛି । ଭାରତୀୟ ସଭ୍ୟତା ସମଗ୍ର ବିଶ୍ୱକୁ ଗୋଟିଏ ପରିବାର ଭାବରେ ବିବେଚନା କରେ । କୋୱିନ ଆପ ଅନ୍ୟଦେଶ ମାନଙ୍କରେ ଖୁବ ଶୀଘ୍ର ଉପଲବ୍ଧ ହେବ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ।