ସେପଟେ କଂଗ୍ରେସ ପ୍ରାର୍ଥୀ ମାତ୍ର ୧୩ଟି ଆସନରେ ଲଢେଇ କରୁଥିବା ବେଳେ ମେଣ୍ଟରେ ଥିବା ସିପିଆଇ, ଆରଏସପି ୪୭ଟି ଆସନରେ ଲଢେଇ କରୁଛନ୍ତି । ତାସହ ଟିଏମସି ବି କଡ଼ା ଟକ୍କର ଦେଉଛିା ସେହିପରି ଆଞ୍ଚଳିକ ଟିପରା ମୋଥା ୪୨ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି ।
ଗତ ନିର୍ବାଚନରେ ତ୍ରିପୁରାରେ ୬୦ ରୁ ୫୯ ସିଟ ପାଇଁ ନିର୍ବାଚନ ହୋଇଥିବା ବେଳେ ବିଜେପି ୪୪ ପ୍ରତିଶତ ଭୋଟ ସେୟାର ସହ ୩୬ଟି ଆସନରେ ବିଜୟ ଲାଭ କରିଥିଲା ଅନ୍ୟପଟେ ବାମ ମେଣ୍ଟ ୪୪.୩୫ ଭୋଟ ସେୟାର କରିଥିଲେ ମଧ୍ୟ ମାତ୍ର ୧୬ ଟି ଆସନ ପାଇବାରେ ସମର୍ଥ ହୋଇଥିଲେ । ୧୯୯୮ ରୁ ୨୦୧୮ ପର୍ଯ୍ୟନ୍ତ ବାମ ମେଣ୍ଟର ର ନେତୃତ୍ବରେ ଥିବା ମୁଖ୍ୟମନ୍ତ୍ରୀ ମାଣିକ ସରକାରଙ୍କୁ ଗାଦୀ ରୁ ହଟାଇ କ୍ଷମତା ହାତେଇଥିଲା ବିଜେପି।
ଏଥରର ନିର୍ବାଚନରେ ବିଜେପି-IPFT ମେଣ୍ଟରେ ଲଢ଼ୁଥିବା ବେଳେ କଂଗ୍ରେସ ବାମ ଦଳ ସହ ନିର୍ବାଚନ ମୈଦାନକୁ ଓହ୍ଲାଇଛିା ଶାସକ ବିଜେପି ନିଜ କ୍ଷମତା ବଜୟ ରଖିବା ପାଇଁ ଦୃଢ ଆଶାବାଦୀ କେନ୍ଦ୍ର ଓ ରାଜ୍ୟରେ ବିଜେପିର ଡବଲ ଇଞ୍ଜିନ ସରକାର ଗତ ୫ ବର୍ଷ ମଧ୍ୟରେ ତ୍ରିପୁରାର ବିକାଶ ସହ ବାମଦଳର ଗୁଣ୍ଡାରାଜ ଖତମ କରିବାରେ ସକ୍ଷମ ହୋଇଛି ।
ବିକାଶଧାରାକୁ ଆଗେଇନେବା ପାଇଁ ବିଜେପିର ସଂକଳ୍ପପତ୍ର ମହିଳା ଜୁବ ପିଢୀ ,କୃଷକ ଓ ଅନ୍ୟ ସମସ୍ତଙ୍କୁ ପୁଣି ବିଜେପିକୁ କ୍ଷମତାସୀନ କରିବ ବୋଲି କୁହାଯାଉଛି। ତେବେ ଏଥରର ନିର୍ବାଚନ ସରକାର ଓ ବିରୋଧୀ ଦଳ ପାଇଁ ବେଶ ଗୁରୁତ୍ୱ ବହନ କରୁଛି । ମାର୍ଚ ୨ ରେ ହେବ ଭୋଟ ଗଣତି ଏବଂ ଫଳାଫଳ ଘୋଷଣା । ଏହି ଫଳାଫଳ ଉପରେ ରହିଛି ଦେଶର ନଜର।