Bhakti: Bhabare Bhagabata | EP -437 | Argus News
ରାମନଗରୀ ହେବ ପର୍ଯ୍ୟଟନ ସହର: ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦିନ ଯୋଗୀ ଆଦିତ୍ୟନାଥ ଏବଂ ରାଜ୍ୟ ମନ୍ତ୍ରୀ ଏବଂ ଅଧିକାରୀଙ୍କ ସହ ଅଯୋଧ୍ୟା ବିକାଶ ପାଇଁ ଆଲୋଚନା କରିଛନ୍ତି। ବିକାଶ କାର୍ଯ୍ୟର ସମୀକ୍ଷା ବୈଠକ ଭର୍ଚୁଆଲ୍ ମାଧ୍ୟମରେ କରାଯାଇଥିଲା। ଏଠି କହିରଖୁଛୁ ଯେ, ଶ୍ରୀ ରାମ ଜନ୍ମଭୁମି ତିର୍ଥ କ୍ଷେତ୍ର ଟ୍ରଷ୍ଟ ଏହି ବୈଠକରେ ଅନ୍ତର୍ଭୂକ୍ତ କରାଯାଇ ନାହିଁ।
ସମୀକ୍ଷା ବୈଠକରେ ମୋଦି ତାଙ୍କ ଅଭିଭାଷଣରେ କହିଛନ୍ତି ଯେ ଅଯୋଧ୍ୟାକୁ ଏପରି ଭାବରେ ବିକଶିତ କରାଯିବା ଉଚିତ ଯେ ଭବିଷ୍ୟତ ପିଢି ଜୀବନରେ ଅତି କମରେ ଥରେ ଏଠାକୁ ଆସିବା ପାଇଁ ପ୍ରେରଣା ପାଇବେ। ସେ କହିଛନ୍ତି ଯେ ଅଯୋଧ୍ୟା ଭାରତର ସାଂସ୍କୃତିକ ସହର ଭାବେ ଭବିଷ୍ୟତକୁ ଦୃଷ୍ଟିରେ ରଖି ଏହାର ଭିତ୍ତିଭୂମି ବିକାଶ କରାଯିବା ଉଚିତ।
Download Argus News App
