ନୂଆଦିଲ୍ଲୀ: ରାଜ୍ୟସଭାରେ କାନ୍ଦି ପକାଇଲେ ପ୍ରଧାନମନ୍ତ୍ରୀ । ଦେଶର ଉନ୍ନତି ପାଇଁ କଠୋରରୁ କଠୋର ନିଷ୍ପତି କରୁଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆଖି ଏଭଳି ଛଳ ଛଳ ହୋଇଯିବ କେହି କେବେ କଳ୍ପନା କରିନଥିବେ । କଥା କହିପାରୁନଥିଲେ । ପଦିଏ କହି ଢୋକେ ପାଣିପିଉଥିଲେ । କଣ୍ଠ ବାସ୍ପରୁଦ୍ଧ ହୋଇପହୁଥିଲା । ରାଜ୍ୟସଭାରେ କଂଗ୍ରେସ ସଂସଦୀୟ ଦଳ ନେତା ଗୁଲାମ ନବୀ ଆଜାଦଙ୍କ ସଂପର୍କରେ କହିଲା ବେଳେ ଏଭଳି କାନ୍ଦି ପକାଇଥିଲେ ମୋଦି ।
ରାଜ୍ୟସଭା ସଦସ୍ୟ ଭାବରେ ଆଜି ଗୁଲାମନବୀ ଆଜାଦଙ୍କ ଶେଷ ଦିନ । ତେଣୁ ସମ୍ବୋଧନରେ ଗୁଲାମ ନବୀ ଆଜାଦଙ୍କ ବ୍ୟକ୍ତିତ୍ୱକୁ ଭୁରିଭୁରି ପ୍ରଶଂସା କରିଛନ୍ତି ମୋଦି ।
ରାଜ୍ୟସଭାରେ ୪ଜଣ ସାଂସଦଙ୍କୁ ବିଦାୟକାଳୀନ ଭାଷଣ ସମୟରେ ଭାବୁକ ପାଲଟି ଯାଇଥିଲେ ପ୍ରଧାନମନ୍ତ୍ରୀ ଏବଂ ତାଙ୍କ ଆଖିରେ ଲୁହ ଆସି ଯାଇଥିଲା । ନିଜର ଭାଷଣ ବେଳେ ଲୁହ ପୋଛି ପିଏମ୍ ମୋଦି ରାଜ୍ୟସଭାରେ ବିପକ୍ଷ ନେତା ଗୁଲାମ ନବୀ ଆଜାଦଙ୍କର କାର୍ୟ୍ୟକାଳ ସରିବା ନେଇ ସେଥିରେ ଜଡ଼ିତ ଏକ ପୁରୁଣା କଥାକୁ ମନେପକାଇ ଥିଲେ ଏବଂ ପ୍ରଧାନମନ୍ତ୍ରୀ ଭାବ ବିହ୍ୱୋଳ ହୋଇ ଯାଇଥିଲେ ।
The person who will replace Ghulam Nabi ji (as Leader of Opposition) will have difficulty matching his work because he was not only concerned about his party but also about the country and the House: PM Modi during farewell to retiring members in Rajya Sabha pic.twitter.com/bVE3Cnddl2 — ANI (@ANI) February 9, 2021