ଏହି ୨୨ ଜଣ ନେତାଙ୍କ ମଧ୍ୟରେ ଆମେରିକାର ରାଷ୍ଟ୍ରପତି ବାଇଡେନ ଏବଂ ବ୍ରିଟେନର ପିଏମ୍ ରୁଷି ସୁନକ ମଧ୍ୟ ସାମିଲ ଅଛନ୍ତି। ପ୍ରଧାନମନ୍ତ୍ରୀ ମୋଦିଙ୍କ ପରେ ତାଲିକାରେ ୬୮ ରେଟିଂ ସହ ଦ୍ବିତୀୟ ସ୍ଥାନରେ ଅଛନ୍ତି ମେକ୍ସିକୋର ରାଷ୍ଟ୍ରପତି ଲୋପେଜ ଓବ୍ରେଡୋର। ସେହିପରି ୬୨ ରେଟିଂ ସହ ସ୍ବିଜରଲ୍ୟାଣ୍ଡର ରାଷ୍ଟ୍ରପତି ଏଲେନ ବେର୍ସେଟ ତୃତୀୟ ସ୍ଥାନରେ ରହିଛନ୍ତି। ଏହି ସର୍ଭେରେ କୁହାଯାଇଛି ଯେ ୨୦୨୧ ପରେ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରୀୟତା ଲଗାତାର ବଢ଼ିଛି।
ଆମେରିକାର ଗ୍ଲୋବାଲ ସର୍ଭେ କମ୍ପାନୀ ମର୍ନିଂ କନ୍ସଲ୍ଟର ଏହି ସର୍ଭେ ହିସାବରେ ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଏନ୍ଥୋନୀ ଅଲ୍ବାନୀଜଙ୍କୁ ମିଳିଛି ୫୮ ରେଟିଂ। ଏହାସହ ସେ ଚତୁର୍ଥ ସ୍ଥାନରେ ରହିଛନ୍ତି। ସବୁଠାରୁ ବଡ଼କଥା ବାଇଡେନ କିମ୍ବା ସୁନକ ଟପ-5ରେ ଭିତରେ ନାହାନ୍ତି। ବାଇଡେନ ୪୦ ରେଟିଂ ପଏଣ୍ଟ ସହ ଷଷ୍ଠ ସ୍ଥାନରେ ଥିବାବେଳେ ୩୦ ରେଟିଂ ସହ ସୁନକ ଦଶମ ସ୍ଥାନରେ ରହିଛନ୍ତି ।
୨୦୨୧ରେ ମୋଦିଙ୍କ ଲୋକପ୍ରିୟତା ୬୩ ପ୍ରତିଶତ ଥିଲା। ହେଲେ ୨୦୨୧ ପରଠାରୁ ପ୍ରଧାନମନ୍ତ୍ରୀଙ୍କ ଲୋକପ୍ରିୟତା ଲଗାତାର ବଢ଼ିଥିବା ଏହି ସର୍ଭେରେ ଜଣାପଡ଼ିଛି। ତେବେ ଲୋକପ୍ରିୟତାର ଶୀର୍ଷରେ ଥିବା ପ୍ରଧାନମନ୍ତ୍ରୀ ବିଶ୍ବ ଅନ୍ୟ ବଡ଼ ବଡ଼ ସର୍ଭେ ସଂସ୍ଥାର ସର୍ଭେରେ ମଧ୍ୟ ଶୀର୍ଷରେ ରହିଥିଲେ ।
ରାଜନୀତି ଖବର ଆହୁରି ପଢନ୍ତୁ ।