ନୂଆଦିଲ୍ଲୀ: ଧର୍ମେନ୍ଦ୍ରଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପ୍ରଶଂସା । ରାଷ୍ଟ୍ରପତି ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଆଲୋଚନାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।
ସୂଚନାନୁସାରେ, ଜାନୁଆରୀ ୨ରେ ସମ୍ବଲପୁରଠାରେ ଆଇଆଇଟି ସ୍ଥାୟୀ କ୍ୟାମ୍ପସ ଶିଳାନ୍ୟାସ ବେଳେ ଧର୍ମେନ୍ଦ୍ରଙ୍କୁ ଓଡ଼ିଶାର ରତ୍ନ କହି ସମ୍ବୋଧନ କରିଥିଲେ । ଆତ୍ମନିର୍ଭର ଭାରତର ଦିଗ କ'ଣ ରହିଛି ସେହି ବିଷୟରେ ରାଜ୍ୟସଭାରେ ସାଥୀ ଧର୍ମେନ୍ଦ୍ର ପ୍ରଧାନ ବିସ୍ତୃତ ତଥ୍ୟ ଉପସ୍ଥାପନ କରିଛନ୍ତି ବୋଲି ପ୍ରଧାନମନ୍ତ୍ରୀ ମୋଦି ନିଜ ବକ୍ତବ୍ୟରେ କହିଥିଲେ ।
ରାଷ୍ଟ୍ରପତି ଅଭିଭାଷଣ ଧନ୍ୟବାଦ ପ୍ରସ୍ତାବ ଆଲୋଚନା ଦ୍ୱିତୀୟ ଦିନରେ ବିଜେପି ତରଫରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ପ୍ରଭାବଶାଳୀ ଉପସ୍ଥାପନା ସମସ୍ତଙ୍କୁ ଚକିତ କରିଥିଲା । ପୂର୍ବ ଭାରତର ବିକାଶ ଅଥବା ଆତ୍ମନିର୍ଭର ଭାରତ ସବୁ ପ୍ରସଙ୍ଗରେ ମୋଦି ସରକାରଙ୍କ ସଫଳତାକୁ ପ୍ରଭାବଶାଳୀ ଢ଼ଙ୍ଗରେ ରଖିଥିଲେ । ଯାହାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ପ୍ରଶଂସା କରିଥିଲେ ।