ଅଧିକ ପଢନ୍ତୁ ଭାରତ ଖବର
ସେହିପରି ହାଇୱେ ଓ ରେଲୱେ ପାଇଁ ଖର୍ଚ୍ଚ ହୋଇଛି ୨୪ ଲକ୍ଷ କୋଟି । ଡିବିଟି ମାଧ୍ୟମରେ ଲୋକଙ୍କ ଆକାଉଣ୍ଟକୁ ଯାଇଛି ୨୯ ଲକ୍ଷ କୋଟି । ଆଦିବାସୀ ପିଲାଙ୍କ ପାଠପଢ଼ା ପାଇଁ ୨୨ ହଜାର କୋଟି । ପାନୀୟ ଜଳ ପାଇଁ ୩.୭୫ ଲକ୍ଷ କୋଟି । ଗରିବଙ୍କୁ ପକ୍କାଘର ପାଇଁ ୨.୨୫ କୋଟି । ମୁଦ୍ରା ଯୋଜନା ମାଧ୍ୟମରେ ଯୁବବର୍ଗଙ୍କୁ ରୋଜଗାର ପାଇଁ ୨୪ ଲକ୍ଷ କୋଟି ଖର୍ଚ୍ଚ କରିଛନ୍ତି ମୋଦି ସରକାର । ଏହିଅବସରେ କଂଗ୍ରେସକୁ ନିଶାନା କରିଛନ୍ତି ପ୍ରାଧାନମନ୍ତ୍ରୀ । କହିଛନ୍ତି ସବୁବେଳେ ଜନତାଙ୍କୁ ଧୋକା ଦେଇଛି କଂଗ୍ରେସ । କଂଗ୍ରେସ ଶାସନରେ ଗରିବଙ୍କୁ ହେଉଥିଲା ଶୋଷଣ, ଅନ୍ଧକାରରେ ଥିଲା ଯୁବପିଢୀଙ୍କ ଭବିଷ୍ୟତ । ଅପରାଧ, ଭ୍ରାଷ୍ଟାଚାର ଥିଲା ଚରମ ସୀମାରେ । ଭାରତବାସୀଙ୍କ ଏହି ନିରାଶର ଅନ୍ଧକାରରୁ ଆଶାର ଆଲୋକ ଦେଖାଇଛନ୍ତି ତାଙ୍କ ସରକାର ।
ପ୍ରଧାନମନ୍ତ୍ରୀ ଆଜମେରରୁ ଆରମ୍ଭ କରିଥିବା ମହାଜନସମ୍ପର୍କ ଅଭିଯାନ ଆଗାମୀ ଏକ ମାସ ଯାଏ ଦେଶର ବିଭିନ୍ନ ସ୍ଥାନରେ ଚାଲିବ । ସଭା କରି ଦେଶବାସୀଙ୍କୁ ମୋଦି ସରକାରଙ୍କ ୯ ବର୍ଷର ଉପଲବ୍ଧି ସମ୍ପର୍କରେ ଜଣାଇବ ବିଜେପି । କେନ୍ଦ୍ରମନ୍ତ୍ରୀ ଓ ସାଂସଦମାନେ କରିବେ ଜନସଭା । ମୋଦି ସରକାରଙ୍କର ଜନହିତ କାର୍ଯ୍ୟ ସମ୍ପର୍କରେ ଲୋକଙ୍କୁ କରାଯିବ ଅବଗତ । ଜିଲ୍ଲା ଓ ମଣ୍ଡଳ ସ୍ତର ଯାଏ ବିଜେପି ଚଳାଇବ ଏହି ଅଭିଯାନ । ଏଥିସହ ଆଜମେରରୁ ରାଜସ୍ଥାନ ବିଧାସନଭା ନିର୍ବାଚନ ପାଇଁ ବି ଶଙ୍ଖନାଦ କରିଛନ୍ତି ମୋଦି । ଗତ ୮ ମାସରେ ଏହା ମୋଦିଙ୍କର ଷଷ୍ଠ ରାଜସ୍ଥାନ ଗସ୍ତ ।