ଏଥି ସହିତ ବିଜିନେସ୍ ଲିଡର ଓ ଭାରତୀୟ ସୁମଦାୟକୁ ମଧ୍ୟ ପ୍ରଧାନମନ୍ତ୍ରୀ ଭେଟିବାର କାର୍ଯ୍ୟକ୍ରମ ରହିଛି। ଆସନ୍ତାକାଲି 4ର୍ଥ କ୍ବାଡ ଶିଖର ସମ୍ମିଳନୀରେ ଯୋଗ ଦେବେ ମୋଦି। ଏହି ବୈଠକରେ ଆମେରିକାର ରାଷ୍ଟ୍ରପତି ଜୋ ବାଇଡେନ, ଅଷ୍ଟ୍ରେଲିଆର ପ୍ରଧାନମନ୍ତ୍ରୀ ଅନ୍ଥୋନୀ ଆଲବାନିଜ ଓ ଜାପାନ ପ୍ରଧାନମନ୍ତ୍ରୀ ଫୁମିଓ କିସିଡା ଯୋଗଦେବେ । ବିଶ୍ବର ପରିବର୍ତ୍ତିତ ଭୂ-ରାଜନୈତିକ ପରିସ୍ଥିତି ମଧ୍ୟରେ ଏହି ସମ୍ମିଳନୀର ଗୁରୁତ୍ବ ବଢିଯାଇଛି । ଅନ୍ୟପକ୍ଷରେ ସମ୍ମିଳନୀ ପୂର୍ବରୁ କ୍ବାଡକୁ ସମାଲୋଚନା କରିଛି ଚୀନ।
ଦୁଇ ଦିନିଆ ଜାପାନ ଗସ୍ତରେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ: ଦୁଇ ଦିନିଆ ଜାପାନ ଗସ୍ତରେ ଯାଇ ଟୋକିଓରେ ପହଁଞ୍ଚିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଟୋକିଓରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀଙ୍କୁ ଭବ୍ୟ ସ୍ବଗତ ସମ୍ବର୍ଦ୍ଧନା ଦିଆଯାଇଛି । ଏହି ଗସ୍ତ ବେଳେ ପ୍ରଧାନମନ୍ତ୍ରୀ କ୍ବାଡ ବୈଠକରେ ସାମିଲ ହେବା ସହ 23ରୁ ଉର୍ଦ୍ଧ୍ବ କାର୍ଯ୍ୟକ୍ରମରେ ସାମିଲ ହେବେ ବୋଲି ସୂଚନା।
ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ପରେ ବିଦ୍ୟୁତ ସଂଯୋଗ ଲାଗି ତତ୍ପର ହେଲା ପ୍ରଶାସନ

ଅର୍ଗସ ବ୍ୟୁରୋ: NDA ରାଷ୍ଟ୍ରପତି ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବାପଘର ଗାଁକୁ ଯିବ ବିଜୁଳି । ସୋସିଆଲ ମିଡ଼ିଆରେ ଭିଡ଼ିଓ ଭାଇରାଲ ପରେ ବିଦ୍ୟୁତ ସଂଯୋଗ ଲାଗି ତତ୍ପର ହେଲା ପ୍ରଶାସନ । ମୟୂରଭଞ୍ଜ ଜିଲ୍ଲା କୁସୁମି ବ୍ଲକ ଉପରବେଡ଼ା ଡୁଙ୍ଗୁରିସାହିକୁ ବିଦ୍ୟୁତ ସଂଯୋଗ ପାଇଁ ତତ୍ପରତା ଦେଖିବାକୁ ମିଳିଛି । ବିଦ୍ୟୁତ୍ ବିଭାଗ ପକ୍ଷରୁ ଗତକାଲି ସର୍ଭେ ହେବା ପରେ ଆଜ
Download Argus News App
