ଏହାପରେ ସେ ବିଲାଶପୁରର ଲୁହନୁ ଗ୍ରାଉଣ୍ଡରେ ପହଞ୍ଚି 3 ହଜାର 650 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି । ଆଜି କୁଲୁରେ ଦଶହରା ଉତ୍ସବରେ ପ୍ରଧାନମନ୍ତ୍ରୀ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ଅର୍ଗସ ବ୍ୟୁରୋ: ହିମାଚଳ ପ୍ରଦେଶକୁ ପ୍ରଧାନମନ୍ତ୍ରୀଙ୍କ ବଡ଼ ଭେଟି । ବିଲାଶପୁର AIIMS ହସ୍ପିଟାଲର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ହସ୍ପିଟାଲ ନିର୍ମାଣରେ ଖର୍ଚ୍ଚ ହୋଇଛି ୧୦୦ କୋଟି ଟଙ୍କା । ଅକ୍ଟୋବର 2017ରେ ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଶିଳାନ୍ୟାସ କରାଯାଇଥିବା ଡାକ୍ତରଖାନା ସେଣ୍ଟ୍ରାଲ ସେକ୍ଟର ସ୍କିମ୍ ପ୍ରଧାନମନ୍ତ୍ରୀ ସ୍ବାସ୍ଥ୍ୟ ସୁରକ୍ଷା ଯୋଜନା ଅଧୀନରେ ପ୍ରତିଷ୍ଠା କରାଯାଇଛି।
ଏହାପରେ ସେ ବିଲାଶପୁରର ଲୁହନୁ ଗ୍ରାଉଣ୍ଡରେ ପହଞ୍ଚି 3 ହଜାର 650 କୋଟିରୁ ଅଧିକ ମୂଲ୍ୟର ବିଭିନ୍ନ ପ୍ରକଳ୍ପର ମଧ୍ୟ ଶିଳାନ୍ୟାସ କରିଛନ୍ତି । ଆଜି କୁଲୁରେ ଦଶହରା ଉତ୍ସବରେ ପ୍ରଧାନମନ୍ତ୍ରୀ ଭାଗ ନେବାର କାର୍ଯ୍ୟକ୍ରମ ରହିଛି ।
ଭାରତ ଖବର ଆହୁରି ପଢ଼ନ୍ତୁ ।
ଭୁବନେଶ୍ୱର: ହାଇ ସିକ୍ୟୁରିଟି ନମ୍ବର ପ୍ଲେଟ ନଲଗାଇଥିବା ଚାଳକଙ୍କୁ ଚେତାବନୀ। ଗାଡ଼ିରେ ହାଇସିକ୍ୟୁରିଟି ନମ୍ବର ପ୍ଲେଟ ଲାଗିନଥିଲେ ଗଣିବେ ତଣ୍ଡ। ଜୁନ୍ ୨୩ ତାରିଖରୁ ଏନେଇ ସ୍ପେଶାଲ ଡ୍ରାଇଭ୍ ଆରମ୍ଭ ହେବ। ନମ୍ବର ପ୍ଲେଟ ଲାଗିନଥିବା ଗାଡ଼ି ଗୁଡ଼ିକଠାରୁ ଜରିମାନା ଆଦାୟ ହେବ ।
ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା ହେବ । ଛକ ମାନଙ୍କରେ ଚେକିଂ ବ୍ୟତିତ ଇ-ଚାଲାଣ କଟାଯାଇ ୫ ହଜାର କିମ୍ବା ୧୦ ହଜାର ଜରିମାନା କରାଯିବ ।
ଅଧିକ ପଢନ୍ତୁ ଓଡ଼ିଶା ଖବର
ଅର୍ଗସ ବ୍ୟୁରୋ: ଦେଖିଲେ , ଆଶ୍ଚର୍ଯ୍ୟ ହେଲେ ଓ ପ୍ରଶଂସାରେ ଶତମୁଖ ହେଲେ ଓଲିଉଡ଼ ଅଭିନେତ୍ରୀ ଅନୁ ଚୌଧୁରୀ। ଓଡ଼ିଶା ପ୍ରସିଦ୍ଧ ରୁପଦେଇପୁର ନାଗାଯାତ୍ରା ଉତ୍ସବରେ ଯୋଗ ଦେଇ ବିଭୋର ହେଲେ ଅନୁ। ପୁରୀ ଜିଲ୍ଲା ପିପିଲି ରୁପଦେଇପୁର ନାଗାଯାତ୍ରାର ରହିଛି ସ୍ଵତନ୍ତ୍ର ପରିଚୟ, କାରଣ ଏତେ ସଂଖ୍ୟାରେ ନାଗା ନାଚ ପ୍ରଦର୍ଶନ ହେବା ଅନ୍ୟ କେଉଁ ଠାରେ ଦେଖିବକୁ ମିଲେନି। ଏଠାରେ ଛୋଟ ପିଲାଙ୍କ ଠାରୁ ଆରମ୍ଭ କରି ୭୫ ବର୍ଷୀୟ ବୃଦ୍ଧ ମଧ୍ୟ ନାଗା ନାଚ କଳାରେ ପାରଙ୍ଗମ।
ପୁରୀ ଶ୍ରୀମନ୍ଦିର ଭଳି ପିପିଲି ରୁପଦେଇପୁର ସ୍ଥିତ ଶ୍ରୀଜଗନ୍ନାଥଙ୍କ ମନ୍ଦିରରେ ମଧ୍ୟ ସମାନ ପରମ୍ପରା ଅନୁଷ୍ଠିତ ହୁଏ। ସ୍ନାନପୂର୍ଣ୍ଣମୀ ଠାରୁ ତିନିଦିନ ଧରି ପ୍ରଚଳିତ ପରମ୍ପରା ଅନୁଯାୟୀ ଠାକୁରଙ୍କ ନୀତିକାନ୍ତି ହେଉଥିବା ବେଳେ ଶେଷ ଦିନରେ ନାଗାନାଚ ଅନୁଷ୍ଠିତ ହୁଏ। ଯାହାକି ଅନ୍ୟ ସବୁ ନାଗା ଯାତ୍ରା ଠାରୁ ଭିନ୍ନ। ଗୋଟିଏ ଗୋଟିଏ ବଡ଼ ନାଗା ରେ ପ୍ରାୟ ୭୦ରୁ ୮୦ କେଜି ରୂପା ଖଚିତ ହୋଇଥିଲା ବେଳେ ୨୨ ଗୋଟି ନାଗା ଭିନ୍ନ ଭିନ୍ନ କୌଶଳରେ ନାଗାକଳା ପ୍ରଦର୍ଶିତ କରିଥାନ୍ତି। ସ୍ଥାନୀୟ ପ୍ରଚଳିତ ଲୋକକଥା ଅନୁସାରେ ପ୍ରାୟ ୫୦୦ବର୍ଷ ରୁ ଉର୍ଦ୍ଧ୍ବ ସମୟ ଧରି ଏହି ପରମ୍ପରା ଚାଲି ଆସୁଥିବା ବେଳେ କାଳକ୍ରମେ ରୁପଦେଇପୁର ନାଗା ପ୍ରସିଦ୍ଧ ଲାଭ କରିଛି। ରୁପଦେଇପୁର ବ୍ରାହ୍ମଣ ଶାସନର ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଏହି ପ୍ରଥା ଦୀର୍ଘ ଦିନ ହେବ ଅନୁଷ୍ଠିତ ହେଉଥିଲେ ମଧ୍ୟ ଗ୍ରାମର ଅନ୍ୟ ସମସ୍ତ ଜାତିର ଲୋକେ ଭାଇଚାରା ସହ ଏହକୁ ପାଳନ କରିଥାନ୍ତି। ଚଳିତ ବର୍ଷ ହଜାର ହଜାର ଲୋକଙ୍କ ସମାଗମ ଦେଖିବାକୁ ମିଳିଛି। ସ୍ଥାନୀୟ ବିଧାୟକ ମଧ୍ୟ ଚଳିତ ବର୍ଷ ଉତ୍ସବରେ ଯୋଗଦେଇ ନାଗାଯାତ୍ରାକୁ ମନଭରି ଉପଭୋଗ କରିଥିବା ଦେଖା ଯାଇଛି।
ବିଶେଷକରି ପୁରୀ ଜିଲ୍ଲାରେ ପ୍ରଚଳିତ ପରମ୍ପରାକୁ ନେଇ କିଛି ପ୍ରମୁଖ ମେଲଣ ବା ଯାନିଯାତ୍ରାକୁ ନେଇ ଲୋକମତ ରହିଛି ଯାହାକି ହରିରାଜପୁର ବାଣ, ବଳଙ୍ଗା ଦୋଳ, ଓ ଘୋରଡିଆ ତଗା ସାଙ୍ଗକୁ ରୁପଦେଇପୁର ନାଗା ପାଇଛି ସ୍ଵତନ୍ତ୍ର ଖ୍ୟାତି।
ଅଧିକ ପଢ଼ନ୍ତୁ ଧର୍ମ ଓ ସଂସ୍କୃତି ଖବର