ଡିଜିଟାଲରେ ୟୁପିର ୭୫ଟି ଜିଲ୍ଲାରେ ୭୫ ହଜାର ହିତାଧିକାରୀଙ୍କୁ ସହରାଞ୍ଚଳ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ଘରର ଚାବି ପ୍ରଦାନ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାସହ ହିତାଧିକାରୀମାନଙ୍କ ସହ କଥା ହୋଇଛନ୍ତି ମୋଦି ।
ଲକ୍ଷ୍ନୌ, କାନପୁର, ବାରାଣାସୀ, ପ୍ରୟାଗରାଜ, ଗୋରଖପୁର ଏବଂ ଗାଜିଆବାଦ ସମେତ ୭ଟି ସହର ପାଇଁ FAME-II ଅଧୀନରେ ୭୫ଟି ବସକୁ ଫ୍ଲାଗ୍ ଦେଖାଇଥିଲେ । ଗୃହ ଓ ନଗର ବ୍ୟାପାର ମନ୍ତ୍ରଣାଳୟର ବିଭିନ୍ନ ଫ୍ଲାଗସିପ୍ ମିଶନ୍ ଅଧୀନରେ କାର୍ଯ୍ୟକାରୀ ହୋଇଥିବା ୭୫ଟି ପ୍ରକଳ୍ପକୁ ନେଇ ପ୍ରଧାନମନ୍ତ୍ରୀ ଏକ କଫି ଟେବୁଲ ବୁକ ମଧ୍ୟ ପ୍ରକାଶ କରିଛନ୍ତି ।
ଏହି କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ରମନ୍ତ୍ରୀ ହାର୍ଦ୍ଦିକ ସିଂ ପୁରୀ, ୟୁପି ରାଜ୍ୟପାଳ ଆନନ୍ଦୀବନ ପଟେଲ ଏବଂ ୟୁପି ସିଏମ ଯୋଗୀ ଆଦିତ୍ୟନାଥ ମଧ୍ୟ ଉପସ୍ଥିତ ଥିଲେ।