ଅଧିକ ପଢ଼ନ୍ତୁ: 'ଏରୋ ଇଣ୍ଡିଆ 2023'ର 14 ତମ ସଂସ୍କରଣକୁ ଉଦଘାଟନ କରିବେ ମୋଦି
'ଏରୋ ଇଣ୍ଡିଆ 2023'ର 14 ତମ ସଂସ୍କରଣରରେ UAV କ୍ଷେତ୍ରର ଅଭିବୃଦ୍ଧି, ପ୍ରତିରକ୍ଷା ଏବଂ ଭବିଷ୍ୟତର ପ୍ରଯୁକ୍ତିବିଦ୍ୟାରେ ଦେଶର ଅଗ୍ରଗତିର ପ୍ରଦର୍ଶନ କରାଯାଉଛି ।ଏହି ସୋ ଲାଇଟ୍ କମ୍ବାଟ୍ ହେଲିକପ୍ଟର, ଆଡଭାନ୍ସଡ୍ ଲାଇଟ୍ ହେଲିକପ୍ଟର, ସ୍ବଦେଶୀ ବିମାନ ପ୍ଲାଟଫର୍ମର ରପ୍ତାନିକୁ ପ୍ରୋତ୍ସାହିତ କରୁଛି । ପ୍ରାୟ 35 ହଜାର ବର୍ଗ ମିଟର ପରିସରରେ ଏରୋ ଶୋ ଆୟୋଜିତ ହୋଇଛି । ଏଥିରେ 98ଟି ଦେଶ ଅଂଶଗ୍ରହଣ କରିବା ସହ କାର୍ଯ୍ୟକ୍ରମରେ 32ଟି ଦେଶର ପ୍ରତିରକ୍ଷା ମନ୍ତ୍ରୀ, 29ଟି ଦେଶର ବାୟୁସେନା ମୁଖ୍ୟ ଅଂଶଗ୍ରହଣ କରିଛନ୍ତି । ଏରୋ ଇଣ୍ଡିଆ କାର୍ଯ୍ୟକ୍ରମ ଆଜିଠୁ ୧୭ ଫେବ୍ରୁଆରୀ ଯାଏ ଚାଲିବ ।
ଭାରତ ନ୍ୟୁଜ ଆହୁରି ପଢନ୍ତୁ