ସେ ଭାରତର ଅର୍ଥନୀତି ସାରା ବିଶ୍ବରେ ସବୁଠାରୁ ଅଧିକ ଗତିରେ ବଢୁଥିବା ଅର୍ଥନୀତି ବୋଲି କହିବା ସହ ବ୍ରିଟେନ ଭାରତର ସହଯୋଗୀ ହେବା ଉଚିତ ବୋଲି କହିଥିଲେ ।ବ୍ରିଟେନର ପାର୍ଲାମେଂଟରେ ଭାରତ ସହ ସମ୍ପର୍କର ମହତ୍ୱ ବିଷୟରେ ଆଲୋଚନା ହେଉଥିଲା । ଏହି ଆଲୋଚନାରେ ଅଂଶଗ୍ରହଣ କରି ସାଂସଦ ଲର୍ଡ କରଣ ବିଲିମୋରିଆ କହିଥିଲେ ଯେ ନରେନ୍ଦ୍ର ମୋଦୀ ନିଜର ପିଲା ଦିନେ ତାଙ୍କ ବାପାଙ୍କ ସହ ଚା ଷ୍ଟଲରେ ଚା ବିକ୍ରି କରୁଥିଲେ । ଆଜି ସେ ଏହି ଗ୍ରହର ସବୁଠାରୁ ଶକ୍ତିଶାଳୀ ବ୍ୟକ୍ତି ମାନଙ୍କ ମଧ୍ୟରେ ଅନ୍ୟତମ ।
ଆଜି ଭାରତ ନିକଟରେ ଜି-20ର ଅଧ୍ୟକ୍ଷତା ରହିଛି। ଆଜି ଭାରତ ନିକଟରେ ଆଗାମୀ 25 ବର୍ଷ ମଧ୍ୟରେ 32 ଟ୍ରିଲିୟମ ଡଲାର ଜିଡିପି ବିଶିଷ୍ଟ ବିଶ୍ୱର ଦ୍ବିତୀୟ ସବୁଠାରୁ ବଡ ଅର୍ଥନୀତି ହେବାର ଭିଜନ ରହିଛି । ସେ ଆଗକୁ ଭାରତର ତୁଳନା ଏକ ଏକ୍ସପ୍ରେସ ଟ୍ରେନ ସହ କରିଥିଲେ ଯେଉଁ ଟ୍ରେନ ତାର ଗନ୍ତବ୍ୟ ସ୍ଥଳ ପ୍ରତି ଯାତ୍ରା ଆରମ୍ଭ କରି ସାରିଛି । ସେ କହିଛନ୍ତି ଯେ – ଇଣ୍ଡିଆନ ଏକ୍ସପ୍ରେସ ଏବେ ତାର ଷ୍ଟେସନରୁ ବାହାରି ସାରିଛି । ଏବେ ଏହି ଟ୍ରେନ ବିଶ୍ୱର ସବୁଠାରୁ କ୍ଷୀପ୍ର ଗତିରେ ବଢୁଥିବା ଟ୍ରେନ । ଭାରତ ଏବେ ସବୁଠାରୁ ଅଧିକ ଗତିରେ ବଢୁଥିବା ଅର୍ଥନୀତି । ବ୍ରିଟେନକୁ ନିଶ୍ଚିତ ଭାବେ ଭାରତର ବିଶ୍ୱସନୀୟ ଓ ନିକଟକମ ମିତ୍ର ହେବା ଉଚିତ ।
ସାଂସଦ ଲର୍ଡ କରଣ ବିଲିମୋରିଆ ଏଭଳି ସମୟରେ ଏହି ବକ୍ତବ୍ୟ ଦେଇଛନ୍ତି ଯେତେବେଳେ ବିବିସି ଭାରତର ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ଦୁଷ୍ପ୍ରଚାର ବିଶିଷ୍ଟ ଏକ ଡକ୍ୟୁମେଂଟାରା ଜାରୀ କରିଛି ।ଅବଶ୍ୟ ବ୍ରିଟେନର ପ୍ରଧାନମନ୍ତ୍ରୀ ଋଷି ସୁନକ ବିବିସିର ଏହି ଡକ୍ୟୁମେଂଟାରୀ ସହ ଅସହମତି ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଚରିତ୍ର ଚିତ୍ରଣ ସହ ସେ ଆଦୌ ସହମତ ନୁହନ୍ତି ।
ଅନ୍ୟ ପକ୍ଷରେ ଭାରତ ସରକାର ମଧ୍ୟ ଏହି ଡକ୍ୟୁମେଂଟାରୀକୁ ନେଇ କଠୋର ଆଭିମୁଖ୍ୟ ଆପଣାଇଛି । ସରକାରଙ୍କ ଆଦେଶ ପରେ ଟ୍ୱିଟର ଓ ୟୁଟ୍ୟବ ଡକ୍ୟୁମେଂଟାରୀର ଲିଙ୍କକୁ ହଟାଇ ନେଇଛନ୍ତି ।