୧୯୯୨ରେ ଗଜପତି ଜିଲ୍ଲା ଗଠନ ହେବା ପରେ ଅବକାରୀ ନିରୀକ୍ଷକ ଭାବେ ଏଠାରେ ଯୋଗ ଦେଇଥିଲେ ଶରତ ଚନ୍ଦ୍ର ଭଞ୍ଜ । ସେତେବେଳେ ଅବକାରୀ କାର୍ଯ୍ୟାଳୟ ଚାଲୁ ରହିଥିବା ସ୍ଥାନ ନିକଟରେ ସେ ୨୦୦୨-୦୩ ମସିହାରେ ବର ଓ ଓସ୍ତ ଗଛ ଲଗାଇଥିଲେ । ଏହାର କିଛି ବର୍ଷ ପରେ ସେ ଏଠାରୁ ବଦଳି ହୋଇଚାଲି ଯାଇଥିଲେ । ବର୍ତ୍ତମାନ ଏହି ଦୁଇ ଗଛ ପ୍ରାପ୍ତ ବୟସ୍କ ହେବା ପରେ ଏହାର ବିବାହ କାର୍ଯ୍ୟ ସଂପାଦନ କରିଛନ୍ତି ।
ଏହି ଦେବନୀତିରେ ପାରଳାଖେମୁଣ୍ଡି ସମେତ ଜିଲ୍ଲାର ବିଭିନ୍ନ ବର୍ଗର ଲୋକେ ସାମିଲ ହୋଇ ଆଶୀର୍ବାଦ ଗ୍ରହଣ କରିବା ସହ ପ୍ରସାଦ ସେବନ କରିଥିଲେ । ବର ଓ ଓସ୍ତ ପରିବେଶ ପାଇଁ ଏକ ଆବଶ୍ୟକୀୟ ଗଛ । ତେଣୁ ଏହାକୁ ଏଭଳି ସମ୍ମାନ ଦେବା ସମାଜ ପାଇଁ ଏକ ଉଦାହରଣ ବୋଲି ବୁଦ୍ଧିଜୀବୀ କହିଛନ୍ତି । ହିନ୍ଦୁ ଶାସ୍ତ୍ର ମଣିଷ ସମାଜଠାରୁ ଆରମ୍ଭ କରି ଜୀବଜନ୍ତୁ ଓ ବୃକ୍ଷଲତା ଯାଏଁ ପ୍ରତ୍ୟେକଙ୍କୁ ସମ୍ମାନ ଦେବା ପାଇଁ ଆହ୍ନାନ ଦେଇଛି । ଯାହାର ଉଦାହରଣ ହେଉଛି ବର ଓ ଓସ୍ତ ଗଛର ବିବାହ ପରମ୍ପରା ।