
ଅର୍ଗସ୍ ବ୍ୟୁରୋ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଅଯୋଧ୍ୟାର ବିକାଶ କାର୍ଯ୍ୟର ସମୀକ୍ଷା କରିଛନ୍ତି । ଭିଡିଓ କନଫରେନ୍ସିଂ ଜରିଆରେ ସାମିଲ ହୋଇ ପ୍ରଧାନମନ୍ତ୍ରୀ ଅଯୋଧ୍ୟାର ଭିଜିନ ଡକ୍ୟୁମେଣ୍ଟ ଦେଖିଛନ୍ତି । ଏହି ବୈଠକରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ସାମିଲ ହୋଇ ଉନ୍ନତ ରାସ୍ତା, ଭିତ୍ତିଭୂମି, ରେଳ ଷ୍ଟେସନ ଏବଂ ବିମାନବନ୍ଦର ସମେତ ଅଯୋଧ୍ୟାର ବିକାଶ ପାଇଁ ଯୋଜନା ଉପସ୍ଥାପନ କରିଥିଲେ । ଅଯୋଧ୍ୟାକୁ ଏକ ମନ୍ଦିର ସହର ଯାହା ପ୍ରତ୍ୟେକ ଭାରତୀୟଙ୍କ ସାଂସ୍କୃତିକ ଚେତନାରେ ପରିପୂର୍ଣ୍ଣ ବୋଲି କହିଛନ୍ତି ମୋଦି । ଏହାସହ ଅଯୋଧ୍ୟାଙ୍କୁ “ପ୍ରତ୍ୟେକ ଭାରତୀୟଙ୍କ ସହର” ବୋଲି ସେ କହିଛନ୍ତି।
ଏହି ସମୀକ୍ଷା ବୈଠକ ସ୍ପଷ୍ଟ କରିଛି ରାମ ମନ୍ଦିର ଏବଂ ଅଯୋଧ୍ୟାର ବିକାଶର କଥାକୁ ମୋଦି ତାଙ୍କ ହୃଦୟରେ ରଖିଛନ୍ତି । ଅଯୋଧ୍ୟାର ସେହି ପୂର୍ବ ଭବ୍ୟ ଚିତ୍ରକୁ ପୁଣିଥରେ ବିଶ୍ୱ ଦେଖୁ । ବିକାଶ କାର୍ଯ୍ୟରେ ଯେତେ ବାଧା ଆସିଲେ ବି ଏହାକୁ ରୋକି ପାରିବ ନାହିଁ ବୋଲି କହିଛନ୍ତି ବିଶ୍ୱ ହିନ୍ଦୁ ପରିଷଦର ଯୁଗ୍ମ ସମ୍ପାଦକ ସୁରେନ୍ଦ୍ର ଜୈନ।
ପ୍ରଧାନମନ୍ତ୍ରୀ ମୋଦି ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସହିତ ଅନ୍ୟ 12 ଜଣ ଏହି ବୈଠକରେ ସାମିଲ ହୋଇଥିଲେ। ଉତ୍ତର ପ୍ରଦେଶର ଦୁଇ ଉପ ମୁଖ୍ୟମନ୍ତ୍ରୀ କେଶବ ପ୍ରସାଦ ମୌର୍ୟା, ଦିନେଶ ଶର୍ମାଙ୍କ ସହ ପର୍ଯ୍ୟଟନ, ଅର୍ଥ, ନଗର ଉନ୍ନୟନ ମନ୍ତ୍ରୀ ମଧ୍ୟ ଉପସ୍ଥିତ ରହିଥିଲେ।
