ଅଯୋଧ୍ୟାରେ ତିଆରି ହେଉଥିବା ଭବ୍ୟ ରାମ ମନ୍ଦିର ଉପରେ କଂଗ୍ରେସ ଦଳର ବିଶ୍ବାସ ନାହିଁ । କଂଗ୍ରେସ ଦଳ ରାମ ସେତୁକୁ ବିରୋଧ କରି ଆସିଛି । ତେବେ ଏହା ସତ୍ୱେ ମୋତେ ଗାଳି ଦେବା ପାଇଁ କଂଗ୍ରେସ ରାମାୟଣର ଚରିତ୍ର ରାବଣର ଉଲ୍ଲେଖ କରୁଛି ।
ପ୍ରଧାନମନ୍ତ୍ରୀ ମୋଦୀ କହିଛନ୍ତି ଯେ,କିଛି ଦିନ ପୂର୍ବରୁ କଂଗ୍ରେସର ଜଣେ ନେତା କହିଥିଲେ ଯେ ମୋଦୀ କୁକୁର ଭଳି ମରିବ । ଅନ୍ୟ ଜଣେ କହିଥିଲେ ମୋଦୀର ହିଟଲର ପରି ମୃତ୍ୟୁ ହେବ । ଆଉ ଜଣେ କଂଗ୍ରେସ ନେତା କହିଥିଲେ ଯେ ମୋତେ ସୁଯୋଗ ମିଳିଲେ ମୁଁ ହିଁ ମୋଦୀକୁ ମାରି ଦେବି । କଂଗ୍ରେସ ନେତା ମାନେ କେହି ମୋଦୀକୁ ରାବଣ କହନ୍ତି, କେହି ରାକ୍ଷସ କହନ୍ତି ଓ କେହି କକ୍ରୋଚ କହିଥାନ୍ତି । ଏବେ କିଛି ଦିନ ତଳେ କଂଗ୍ରେସର ନବ ନିର୍ବାଚିତ ସଭାପତି ମଲ୍ଲିକାର୍ଜୁନ ଖଡଗେ ଗୁଜରାତ ନିର୍ବାଚନୀ ପ୍ରଚାର ବେଳେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ବିରୁଦ୍ଧରେ ଅପଶବ୍ଦର ପ୍ରୟୋଗ କରିଥିଲେ । ସେ ମୋଦୀଙ୍କ ତୁଳନା ରାବଣ ସହ ଥିଲେ ।
ସେ ପ୍ରଧାନମନ୍ତ୍ରୀଙ୍କୁ ଟାର୍ଗେଟ କରି କହିଥିଲେ ଯେ ଆପଣଙ୍କ ଚେହେରା ଦେଖି କାହିଁକି କିଏ ବା ଭୋଟ ଦେବ । କଣ ଆପଣଙ୍କ ରାବଣଙ୍କ ଭଳି ଶହେ ମୁହଁ ରହିଛି ।ମଲିକାର୍ଜୁନ ଖ଼ଡଗେଙ୍କ ଏହି ବକ୍ତବ୍ୟ ପୂର୍ବରୁ କଂଗ୍ରେସ ନେତା ମଧୁସୂଦନ ମିସ୍ତ୍ରୀ କହିଥିଲେ ଯେ ମୋଦୀଙ୍କୁ ଏଥର କଂଗ୍ରେସ ଔକାତ ଦେଖାଇ ଦେବ ।ବହୁ ବର୍ଷ ପୂର୍ବରୁ ତତ୍କାଳୀନ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ ନରେନ୍ଦ୍ର ମୋଦୀଙ୍କୁ ମୌତ କା ସୌଦାଗର ଓ ଜହର କି ଖେତି କରୁଥିବା ଭଳି ବକ୍ତବ୍ୟ ଦେଇଥିଲେ ।କେବଳ ସେତିକି ନୁହେଁ କଂଗ୍ରେସନେତା ସୁବୋଧ କାନ୍ତ ସହାୟ ରାହୁଲ ଗାନ୍ଧୀଙ୍କୁ ଇଡି ଦ୍ୱାରା ପଚରା ଉଚୁରା କରାଯିବା ପାଇଁ ଡକା ଯିବା ପରେ ଜନ୍ତର ମନ୍ତର ଠାରେ ଆୟୋଜିତ ଧାରଣାରେ କହିଥିଲେ ଯେ ମୋଦି ହିଟଲର ଭଳି ମରିବ ।
ସେହିପରି ମହାରାଷ୍ଟ୍ରର ନାଗପୁର ଠାରେ ହୋଇଥିବା ବିରୋଧ ପ୍ରଦର୍ଶନ କାର୍ଯ୍ୟକ୍ରମରେ ରାଜ୍ୟ କଂଗ୍ରେସର ବରିଷ୍ଠ ନେତା ଶେଖ ହୁସେନ କହିଥିଲେ ଯେ କୁକୁର ମାନଙ୍କର ଯେଭଳି ମୃତ୍ୟୁ ହୁଏ ନରେନ୍ଦ୍ର ମୋଦୀଙ୍କ ସେଭଳି ମୃତ୍ୟୁ ହେବ ।
ଭାରତ ଖବର ଆହୁରି ପଢ଼ନ୍ତୁ ।