ଗାନ୍ଧୀନଗର ମେୟର ହିତେଶ ମକଓ୍ୱାନା କହିଛନ୍ତି ଯ ରେସାନ ଅଞ୍ଚଳରେ ଏକ ୮୦ ମିଟର ରାସ୍ତାର ନାମକରଣ କରାଯାଇଛି ‘ପୂଜ୍ୟା ହୀରାବା ମାର୍ଗ’ ।
ଯାହାଦ୍ୱାରା ଆଗାମୀ ପିଢି ତାଙ୍କ ଜୀବନରୁ ପ୍ରରଣା ଲାଭ କରିପାରିବେ। ବଡନଗରସ୍ଥିତ ହଟକେଶ୍ୱର ମହାଦେବ ମନ୍ଦିର ତରଫରୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ମାଆଙ୍କ ୧୦୦ତମ ଜନ୍ମ ଦିବସ ଉପଲକ୍ଷେ ଏକ କାର୍ଯ୍ୟକ୍ରମ ର ଆୟୋଜନ କରାଯାଇଛି। ମୋଦି ଆଜି ଗୁଜୁରାଟ ଗୌରବ ଅଭିଯାନରେ ଯୋଗଦେବା ପାଇଁ ବଡୋଦରା ଆସିଛନ୍ତି । ଏଥିସହିତ ରେଳବାଇ ର ୧୬.୩୬୯ କୋଟି ଟଙ୍କା ଅଟକଳର ୧୮ଟି ପ୍ରକଳ୍ପର ଶିଳାନ୍ୟାସ କରିବେ।