ଏହି କାର୍ଯ୍ୟକ୍ରମରେ ସମ୍ବୋଧନ ବେଳେ ମହିଳା ଅଧିକାର କଥା ଉଠାଇଛନ୍ତି ପିଏମ ମୋଦି। ମୋଦି କହିଥିଲେ ଏହି ବିଲକୁ ପାସ୍ କରାଇବାରେ ଅନେକ ବାଧାବିଘ୍ନ ଆସିଥିଲା। ଆଜି ଆମେ ଆମର ସମସ୍ତ ପ୍ରତିଜ୍ଞା ପୁରଣ କରିଛୁ। ସଠିକ୍ ଇଚ୍ଛାଶକ୍ତି ଥିଲେ ସବୁ କାମ ସହଜ ହୋଇଯାଏ ବୋଲି କହି ବିରୋଧୀଙ୍କୁ ସିଧା ନିଶାନା ବନାଇଛନ୍ତି ପିଏମ ମୋଦି। ମୋଦି କହିଛନ୍ତି କି ଆଜି ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି ଯେ ବିଲ୍ ଫାଡୁଥିବା ଲୋକ ଆଜି ସମର୍ଥନ ଦେବାକୁ ବାଧ୍ୟ ହେଉଛନ୍ତି। ଏହାକୁ ମାତୃଶକ୍ତିର ବିଜୟ ବୋଲି କହିଛନ୍ତି ପିଏମ ମୋଦି।
ଅଧିକ ପଢନ୍ତୁ ଭାରତ ଖବର