ଅର୍ଗସ ବ୍ୟୁରୋ: ମୁଁ କିଛି ଜାଣିନି କି ମୁଁ କେତେ ଦୂର ସଠିକ ରହିବି। ତଥାପି କିଛି ଏକ ବଡ ଜିନିଷକୁ ନେଇ ନିଷ୍ପତ୍ତି ନେବାକୁ ଯାଉଛି। ଆଉ ମୁଁ ପ୍ରାର୍ଥନା କରୁଛି ଏବଂ ମୋର ବିଶ୍ୱାସ କି ଯେଉଁ ଲୋକମାନେ ମତେ ଭଲ ପାଉଛନ୍ତି, ସେମାନେ ମତେ ବୁଝନ୍ତୁ ଏବଂ ଆଶୀର୍ବାଦ ଦିଅନ୍ତୁ। ଏଭଳି କିଛି କହି ଏବେ ପୁଣି ଥରେ ଚର୍ଚ୍ଚାରେ ଅନୁଭବ ମହାନ୍ତି।
ଆଜ୍ଞା ହଁ, ଆଶୀର୍ବାଦ ଲୋଡୁଛନ୍ତି ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି। କେଉଁ ଏକ ବଡ ଜିନିଷର ଶୁଭାରମ୍ଭ କରିବାକୁ ଯାଉଛନ୍ତି ଅନୁଭବ ।
ଯେଉଁଥିପାଇଁ ସେ ସମସ୍ତଙ୍କ ଠାରୁ ଆଶୀର୍ବାଦ ଲୋଡୁଛନ୍ତି। କେବଳ ସେତିକି ନୁହେଁ, ମୋତେ ଭଲ ପାଉଥିବା ଲୋକମାନେ ମୋ ପାଇଁ ପ୍ରାର୍ଥନା କରନ୍ତୁ ଏବଂ ମୋତେ ଆର୍ଶୀବାଦ ଦିଅନ୍ତୁ ବୋଲି ନିଜେ କହିଛନ୍ତି । ତେବେ ବଡ ପ୍ରଶ୍ନ କଣ କରିବାକୁ ଯାଉଛନ୍ତି ଅନୁଭବ ମହାନ୍ତି। କେଉଁ ବଡ କାର୍ଯ୍ୟ କରିବାକୁ ଯାଉଛନ୍ତି ଅନୁଭବ। ଆଉ ଅନୁଭବ ଯେଉଁ ଜିନିଷ କରିବାକୁ ଯାଉଛନ୍ତି, ତାହା ଠିକ କି ଭୁଲ ସେ ନିଜେ ବି ଜାଣିନାହାନ୍ତି। ଯାହାକୁ ନେଇ ଅନୁଭବଙ୍କର ଏକ ହ୍ୱାଟସପ ମେଜେସ ଭାଇରାଲ ହେଉଛି।
ମେଗାଷ୍ଟାରଙ୍କ ଅକୁହା କଥା। ନା କାହାକୁ କହିପାରୁଛନ୍ତି ନା ସହିପାରୁଛନ୍ତି। ସେଥିପାଇଁ କେବଳ ମେସେଜ ମେସେଜରେ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛନ୍ତି। ତେବେ ଅନୁଭବ ମହାନ୍ତି କିଛି ଖୁସି ଖବର ଦେବେ ନା ଦୁଃଖ ଖବର ଦେବା ତାଙ୍କ ଫ୍ୟାନ୍ସମାନଙ୍କୁ ତାହା ତ ସମୟ କହିବ। ହେଲେ ଏବେବି ବିବାଦ ଭିତରେ ଛନ୍ଦି ହୋଇ ରହିଛନ୍ତି ବାଳୁଙ୍ଗା ଟୋକା।
ଅଧିକ ପଢ଼ନ୍ତୁ ଓଡିଶା ଖବର: