ପ୍ରଧାନମନ୍ତ୍ରୀଙ୍କ ଏହି ସଭାରେ ଲୋକଙ୍କ ଖଚାଖଚ ଭିଡ ଦେଖିବାକୁ ମିଳିଥିଲା । ଗୁଜରାଟ ବିକାଶ ଦିଗରେ ବିଜେପି ଯେଉଁ କାର୍ଯ୍ୟ କରିଛି ସେନେଇ ଲୋକଙ୍କୁ କହିବା ସହ କଂଗ୍ରେସକୁ କଡ଼ା ଟାର୍ଗେଟ କରିଥିଲେ ପ୍ରଧାନମନ୍ତ୍ରୀ । ବିଜେପି ୧୯୯୫ରୁ ୨୭ ବର୍ଷ ହେବ ଗୁଜରାଟରେ ସରକାରରେ ଅଛି ।
ତେବେ ୨୦୧୭ରେ ବିଜେପିକୁ କଂଗ୍ରେସ କଡ଼ା ଟକ୍କର ଦେଇଥିବା ବେଳେ ଏଥରର ରାଜନୈତିକ ପାଣିପାଗ ପୂରା ବଦଳିଯାଇଛି । ଗତ ନିର୍ବାଚନରେ ଆମ୍ ଆଦମୀ ପାର୍ଟି ଗୁଜରାଟରେ ଏଣ୍ଟ୍ରି କରିଥିବା ବେଳେ ଏଥର କିନ୍ତୁ କଂଗ୍ରେସର ଭୋଟ୍ ହାଇଜାକ୍ କଲାଣି ବୋଲି ଗ୍ରାଉଣ୍ଡଜିରୋରେ ଚର୍ଚ୍ଚା ।