ଏହି କାର୍ଯ୍ୟକ୍ରମରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ ଯୋଗଦେବେ। ହାଇଦ୍ରାବାଦରେ ଅବସ୍ଥିତ ଏହି ପୋଲିସ୍ ଏକାଡେମୀ ହେଉଛି ଦେଶର ପ୍ରାଥମିକ ପୋଲିସ୍ ତାଲିମ ପ୍ରତିଷ୍ଠାନ। ଏହା ଭାରତୀୟ ପୋଲିସ ସେବା ଅଧିକାରୀଙ୍କୁ ତାଲିମ ଦେଇଥାଏ ଏବଂ ଆଇପିଏସ୍ ଅଧିକାରୀଙ୍କ ସେବା ପାଇଁ ବିଭିନ୍ନ ଇନ୍-ସର୍ଭିସ୍ ପାଠ୍ୟକ୍ରମ କରିଥାଏ ।
ଆଜି ୧୧ଟାରେ ଆଇପିଏସ ପ୍ରୋବେସନର୍ସମାନଙ୍କୁ ସମ୍ବୋଧନ କରିବେ ମୋଦି

ଅର୍ଗସ ବ୍ୟୁରୋ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଇପିଏସ ପ୍ରୋବେସନର୍ସମାନଙ୍କୁ ସମ୍ବୋଧନ କରିବେ । ଦିନ ୧୧ଟାରେ ସର୍ଦ୍ଦାର ବଲ୍ଲଭଭାଇ ପଟେଲ ନ୍ୟାସନାଲ ପୋଲିସ ଏକାଡେମୀରେ ଆଇପିଏସ ପ୍ରୋବେସନର୍ସ ଙ୍କୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ ସମ୍ବୋଧିତ କରିବେ। ଏହି ସମୟରେ ପ୍ରୋବେସନର୍ମାନଙ୍କ ସହିତ କଥାବାର୍ତ୍ତା ହେବାର କାର୍ଯ୍ୟକ୍ରମ ରହିଛି ।
ଫ୍ୟାନରେ ଝୁଲି ଛାତ୍ରଙ୍କ ମୃତ୍ୟୁ

ଅର୍ଗସ ବ୍ୟୁରୋ : ପାହାଳ ଥାନା ଅନ୍ତର୍ଗତ ଭୀମପୁର ଗ୍ରାମରେ ସ୍ଥିତ ସିନର୍ଜୀ ବୈଶୟିକ ଶିକ୍ଷା ଅନୁଷ୍ଠାନରେ ଜଣେ ଛାତ୍ରର ମୃତ୍ୟୁ ଘଟିଛି । ମୃତ ଛାତ୍ର ଜଣକ ହେଲେ ମାଲକାନଗିରି ଜିଲ୍ଲା ବାଲିମେଳା ଥାନା ଅନ୍ତର୍ଗତ କୁଡୁମୁଲୁଗୁମା ଗ୍ରାମର ସାହିଲ ରାଜ୍ ବେନୀୟା । ସାହିଲ୍ ଏହି ଶିକ୍ଷା ଅନୁଷ୍ଠାନରେ ବିଟେକ କମ୍ପ୍ୟୁଟର ବିଜ୍ଞାନ ପାଠ୍ୟ କ୍ରମର ଦ୍ବିତୀୟ ବର୍ଷର ଛାତ୍ର ଥିଲେ
Download Argus News App
