ଏଥିପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି। ସିମଲାର ରିଜ୍ ମୈଦାନରେ ମୋଦି ଦଳୀୟ କର୍ମକର୍ତ୍ତାଙ୍କୁ ସମ୍ବୋଧିତ କରିବେ । ସିମଲାରୁ ପ୍ରଧାନମନ୍ତ୍ରୀ ବିଭିନ୍ନ ବିଜେପି ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚ୍ଚୁଆଲ ମୋଡ୍ରେ କଥା ହେବାର ଯୋଜନା ରହିଛି । ଏହା ସହିତ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନାର ହିତାଧିକାରୀ ମଧ୍ୟ ପ୍ରଧାନମନ୍ତ୍ରୀଙ୍କ ସହ କଥା ହେବାର ସୁଯୋଗ ପାଇବେ।
ଏହା ପରେ ଶାସନର ୮ ବର୍ଷ ପୂର୍ତ୍ତି ଉପଲକ୍ଷେ ରିଜ୍ ମୈଦାନରୁ ଦେଶବାସୀଙ୍କୁ ସମ୍ବୋଧନ କରିବେ ପ୍ରଧାନମନ୍ତ୍ରୀ । ଆସନ୍ତା ଡିସେମ୍ବରରେ ଗୁଜୁରାଟ ସହିତ ହିମାଚଳ ପ୍ରଦେଶର ନିର୍ବାଚନ ଅନୁଷ୍ଠିତ ହେଉଥିବାରୁ ମୋଦିଙ୍କ ଏହି ଗସ୍ତ ଅଧିକ ଗୁରୁତ୍ବପୂର୍ଣ୍ଣ ବୋଲି ମନେ କରାଯାଉଛି । ପ୍ରଧାନମନ୍ତ୍ରୀଙ୍କ ସଭାସ୍ଥଳୀ ପରିଦର୍ଶନ କରି ଆଜି କାର୍ଯ୍ୟକ୍ରମ ବାବଦରେ ସୂଚନା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଜୟରାମ ଠାକୁ।