ପ୍ରଧାନମନ୍ତ୍ରୀଙ୍କ ଫୋକସରେ ଗାଁ । ଗ୍ରାମାଞ୍ଚଳରେ କେମିତି କମିବ ସଂକ୍ରମଣ ? କେମିତି ନିୟନ୍ତ୍ରଣକୁ ଆସିବ କରୋନା ? ଆଜି ପ୍ରଧାନମନ୍ତ୍ରୀ 10 ରାଜ୍ୟର 54 ଜିଲ୍ଲା ଅଧିକାରୀଙ୍କ ସହ ଆଲୋଚନା କରିଛନ୍ତି । ନିଜ ଜିଲ୍ଲା କିପରି କରୋନା ମୁକ୍ତ ହୋଇପାରିବ, ସେନେଇ ପଦକ୍ଷେପ ନେବାକୁ ପରାମର୍ଶ ଦେଇଛନ୍ତି । ଗାଁରେ କରୋନା ପରୀକ୍ଷା ଅଧିକ କରିବା ଆବଶ୍ୟକ । ମାଗଣା ଖାଦ୍ୟ ସାମଗ୍ରୀ ଆବଶ୍ୟକ କରୁଥିବା ଲୋକଙ୍କୁ କିପରି ଖାଦ୍ୟ ପହଞ୍ଚିବ ସେନେଇ ପଦକ୍ଷେପ ନେବାକୁ କହିଛନ୍ତି ପ୍ରଧାନମନ୍ତ୍ରୀ ।
ଭାଇରସ୍ ଧୂର୍ତ୍ତ, ବହୁରୁପୀ । ରୂପ ବଦଳାଉଥିବାରୁ ରଣନୀତି ପରିବର୍ତ୍ତନ କରିବାକୁ ପଡ଼ିବ । ମହାମାରୀ ସହିତ ମୁକାବିଲା କରିବାରେ ଆମର ପଦ୍ଧତିରେ କ୍ରମାଗତ ପରିବର୍ତ୍ତନ ଅତ୍ୟନ୍ତ ଜରୁରୀ । ପ୍ରଧାନମନ୍ତ୍ରୀ କହିଛନ୍ତି, ଦେଶରେ ସକ୍ରିୟ ମାମଲା ହ୍ରାସ ପାଇବାରେ ଲାଗିଛି ।
ଦେଢ ବର୍ଷ ଭିତରେ ସମସ୍ତେ ଅନୁଭବ କରିଛୁ ଯେ, ଯେପର୍ଯ୍ୟନ୍ତ ସଂକ୍ରମଣ ରହିବ, ସେପର୍ଯ୍ୟନ୍ତ ଚ୍ୟାଲେଞ୍ଜ ରହିବ । ମୋଦି କହିଛନ୍ତି ଟିକା ନଷ୍ଟ ହେବାର ଖବର ମିଳୁଛି । ଭ୍ୟାକ୍ସିନ୍ ଯୋଗାଇ ଦିଆଯିବା ପରେ ଯେପରି ନଷ୍ଟ ନହୁଏ ସେଥିପ୍ରତି ସୁନିଶ୍ଚିତ କରିବା ଆବଶ୍ୟକ ।
ଆଜିର ବୈଠକରେ ଓଡ଼ିଶା ସହ ପଶ୍ଚିମବଙ୍ଗ, ଉତ୍ତରପ୍ରଦେଶ, ଛତିଶଗଡ଼, ମହାରାଷ୍ଟ୍ର ଓ କେରଳ ପରି ରାଜ୍ୟର ଡିଏମଙ୍କ ସହ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ।