ଶିକ୍ଷା କ୍ଷେତ୍ରରେ ତାଙ୍କର ଅବଦାନକୁ ସମ୍ମାନ ଦେବା ପାଇଁ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ମହାରାଜାଙ୍କ ନାମରେ ଏକ ଷ୍ଟେଟ୍ ୟୁନିଭର୍ସିଟି ପ୍ରତିଷ୍ଠା ପାଇଁ ନିଷ୍ପତି ନେଇଥିଲେ ଯାହା ଏବେ କାର୍ଯ୍ୟକାରୀ ହୋଇଛି । ଆଜି ବିଶ୍ୱ ବିଦ୍ୟାଳୟର ଶିଳାନ୍ୟାସ ଉତ୍ସବରେ ପ୍ରଧାନମନ୍ତ୍ରୀଙ୍କ ସହ ମହାରାଜାଙ୍କ ପରିବାରର ଲୋକ ଏବଂ ବିଶିଷ୍ଟ ଶିକ୍ଷାବିତ୍ ତଥା ରାଜନେତାମାନେ ମଧ୍ୟ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ସହରରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିବାର ସୂଚନା ଦେଇଛନ୍ତି ଆଲିଗଡ଼ ମଣ୍ଡଳ ଡିଆଇଜି ।
ମହାରାଜା ମହେନ୍ଦ୍ର ପ୍ରତାପ ୟୁନିଭର୍ସିଟିର ଶିଳାନ୍ୟାସ, କାର୍ଯ୍ୟକ୍ରମରେ ଯୋଗଦେବେ ପ୍ରଧାନମନ୍ତ୍ରୀ
ଅର୍ଗସ ବ୍ୟୁରୋ: ଆଜି ଉତ୍ତରପ୍ରଦେଶର ଆଲିଗଡ଼ଠାରେ ମହାରାଜା ମହେନ୍ଦ୍ର ପ୍ରତାପ ୟୂନିଭର୍ସିଟିର ଶିଳାନ୍ୟାସ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ସରିଛି ବ୍ୟାପକ ପ୍ରସ୍ତୁତି । ପ୍ରଧାନମନ୍ତ୍ରୀଙ୍କ ସହ ଯୋଗଦେବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ଏହା ପୂର୍ବରୁ ମୁଖ୍ୟମନ୍ତ୍ରୀ ଶିଳାନ୍ୟାସ ତଥା ସଭାସ୍ଥଳ ବୁଲି ସମସ୍ତ ବ୍ୟବସ୍ଥାକୁ ଯାଞ୍ଚ କରିଛନ୍ତି । ବିଶିଷ୍ଟ ସ୍ୱାଧିନତା ସଂଗ୍ରାମୀ ତଥା ସାଂସଦ ସ୍ୱର୍ଗତ ମହାରାଜା ମହେନ୍ଦ୍ର ପ୍ରତାପ ଆଲିଗଡ଼ ମୁସଲିମ୍ ୟୁନିଭର୍ସିଟି ପାଇଁ ଜମି ଦାନ କରି ନିଜ ବଦାନ୍ୟତାର ପରିଚୟ ଦେଇଥିଲେ ।
Download Argus News App
