ଏହି ଅବସରରେ ୭୫ ଟି ସର୍ବୋତ୍ତମ ଗୃହ କୌଶଳ ଏବଂ ପ୍ରଯୁକ୍ତିବିଦ୍ୟା ମଧ୍ୟ ପ୍ରଦର୍ଶିତ ହେବ। କାର୍ଯ୍ୟକ୍ରମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, କେନ୍ଦ୍ର ମନ୍ତ୍ରୀ ହରଦୀପ ସିଂ ପୁରୀ ଏବଂ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଯୋଗଦେବେ ।
ଆଜି ୟୁପିରେ ନ୍ୟୁ ଅର୍ବାନ୍ କନକ୍ଲେଭକୁ ଉଦଘାଟନ୍ କରିବେ ପ୍ରଧାନମନ୍ତ୍ରୀ ମୋଦି

ଅର୍ଗସ ବ୍ୟୁରୋ: ଆଜି ଉତ୍ତରପ୍ରଦେଶ ଲକ୍ଷ୍ନୌରେ ତିନି ଦିନିଆ ନ୍ୟୁ ଅର୍ବାନ୍ କନକ୍ଲେଭକୁ ଉଦଘାଟନ୍ କରିବେ ପ୍ରଧାନମନ୍ତ୍ରୀ ମୋଦି । ଦିନ ୧୦ଟା ୩୦ରେ ପ୍ରଧାମନ୍ତ୍ରୀ କାର୍ଯ୍ୟକ୍ରମରେ ଯୋଗଦେବେ । ସହରୀ ଆବାସ ଯୋଜନାର ୭୫ ହଜାର ହିତାଧିକାରୀଙ୍କୁ ଡିଜିଟାଲ ଚାବି ହସ୍ତାନ୍ତର କରିବେ । ଅମୃତ ମହୋତ୍ସବ ଅଧୀନରେ ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ୪ ହଜାର ୭୩୭ କୋଟି ମୂଲ୍ୟର ୭୫ ଟି ପ୍ରକଳ୍ପର ମୂଳଦୁଆ ପକାଇ ଉଦଘାଟନ କରିବେ ।
Download Argus News App
