ଏହାପରେ ଦିନ ୧୦ଟା ୪୫ରେ ନାଗପୁର-ସିରିଡିକୁ ସଂଯୋଗ କରୁଥିବା ସମୃଦ୍ଧି ମହାମାର୍ଗର ଉଦ୍ଘାଟନ କରିବାର କାର୍ଯ୍ୟକ୍ରମ ରହିଛି । ସମୃଦ୍ଧି ମହାମାର୍ଗ ହେଉଛି ପ୍ରଧାନମନ୍ତ୍ରୀଙ୍କ ଦୂରଦୃଷ୍ଟି ସମ୍ପନ୍ନ ଦେଶରେ ଉନ୍ନତ ସଂଯୋଗୀକରଣ ଓ ଭିତ୍ତିଭୂମିର ଏକ ପ୍ରମୁଖ ପଦକ୍ଷେପ । ଯାହା ନାଗପୁରରେ ଗମନାଗମନ କ୍ଷେତ୍ରରେ ବୈପ୍ଳବିକ ପରିବର୍ତ୍ତନ ଆଣିବା ଉଦ୍ଦେଶ୍ୟରେ ନିର୍ମାଣ ହୋଇଛି । ପ୍ରାୟ ୫୫ ହଜାର କୋଟି ଟଙ୍କା ବ୍ୟୟରେ ନିର୍ମିତ ହେଉଥିବା ଏହି ୭୦୧ କିଲୋମିଟର ଦୀର୍ଘ ଏକ୍ସପ୍ରେସ ୱେ ଭାରତରେ ସର୍ବବୃହତ ଓ ମହାରାଷ୍ଟ୍ରର ୧୦ଟି ଜିଲ୍ଲା ଓ ପ୍ରମୁଖ ସହରାଞ୍ଚଳ ଦେଇ ଯାଇଛି ।
ଦିନ ୧୧ଟା ୧୫ରେ ନାଗପୁର AIIMSକୁ ଜାତି ଉଦ୍ଦେଶ୍ୟରେ ଲୋକାର୍ପଣ କରିବେ ପ୍ରଧାନମନ୍ତ୍ରୀ । ସାଢ଼େ ୧୧ଟାରେ ସାଧାରଣ ସଭାରେ ଯୋଗଦେବା ସହ ୧୫୦୦କୋଟି ଟଙ୍କାରୁ ଉର୍ଦ୍ଧ୍ବ ରେଳ ପ୍ରକଳ୍ପକୁ ଜାତି ଉଦ୍ଦେଶ୍ୟରେ ଉତ୍ସର୍ଗ କରିବେ । ଅପରାହ୍ନ ୩ଟା ୧୫ରେ ନବମ ବିଶ୍ବ ଆୟୁର୍ବେଦ ଅଧିବେଶନର ସମାବର୍ତ୍ତନ ସମାରୋହରେ ଉଦ୍ବୋଧନ ଦେବେ ମୋଦି । କାର୍ଯ୍ୟକ୍ରମରେ ସେ ୩ଟି ଜାତୀୟ ଆୟୁଷ ପ୍ରତିଷ୍ଠାନର ମଧ୍ୟ ଉଦ୍ଘାଟନ କରିବେ । ଅପରାହ୍ନ ୫ଟା ୧୫ରେ ଗୋଆରେ ମୋପା ଆନ୍ତର୍ଜାତିକ ବିମାନ ବନ୍ଦରକୁ ଉଦ୍ଘାଟନ କରିବେ ପ୍ରଧାନମନ୍ତ୍ରୀ । ପ୍ରାୟ ୨୮୭୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଏହି ବିମାନ ବନ୍ଦରର ସ୍ଥାୟୀ ଭିତ୍ତିଭୂମି ରହିଛି ।
ଏଥିରେ ସୌର ଶକ୍ତି ପ୍ଲାଣ୍ଟ, ପରିବେଶଧର୍ମୀ ଭବନ, ରନୱେରେ ଏଲଇଡି ଆଲୋକ ବ୍ୟବସ୍ଥା, ବର୍ଷାଜଳ, ସଂରକ୍ଷଣ ବ୍ୟବସ୍ଥା ସହ ବର୍ଜ୍ୟ ନିଷ୍କାସନ ପ୍ଲାଣ୍ଟ ଇତ୍ୟାଦି ରହିଛି । ଏହାର ରନ୍ୱେ ବିଶ୍ବର ବୃହତ୍ତମ ବିମାନ ଚଳାଚଳ ପାଇଁ ସମର୍ଥ ଥିବା ବେଳେ ରାତ୍ରୀକାଳୀନ ପାର୍କିଂ ପାଇଁ ମଧ୍ୟ ସୁବିଧା ରହିଛି ।
ଭାରତ ଖବର ଆହୁରି ପଢନ୍ତୁ